ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରୋହିତ ଶର୍ମାଙ୍କୁ ବାବର୍ ଆଜାମଙ୍କ ଓପନ୍ ଚ୍ୟାଲେଞ୍ଜ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏସିଆ କପରେ ଯେଉଁ ମ୍ୟାଚ୍ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତ ଏବେ ଆସିଯାଇଛି । ଆଜ୍ଞା ହଁ, ଆମେ ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ କହୁଛୁ । ବର୍ତ୍ତମାନ ଏସିଆ କପରେ ସୁପର-୪ ମୁକାବିଲା ଚାଲିଛି । ଏହି ସମୟରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ । ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷାକୁ ଦୃଷ୍ଟିରେ ରଖି ‘ରିଜର୍ଭ ଡ଼େ’ର ଏକ ବିକଳ୍ପ ମଧ୍ୟ ରଖାଯାଇଛି ।

Omkar Vasthu
Omkar Vasthu

ଆଜି ଏସିଆ କପ୍ ୨୦୨୩ ସୁପର-୪ର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଅଧିନାୟକ ବାବର୍ ଆଜାମ୍ ଅନୁଭବ କରିଛନ୍ତି ଯେ ତାଙ୍କ ଦଳ କଲମ୍ବୋରେ ଭାରତକୁ ସହଜରେ ପରାସ୍ତ କରିପାରିବ ବା ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିପାରିବ। ତେବେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜାମ କହିଛନ୍ତି ଯେ,

Pearl dental clinic
Near Ashish Medical Store, Bhawanipatna

‘‘ଯେହେତୁ ଆମର ଗତ କିଛି ମାସ ମଧ୍ୟରେ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳିବାର ଅଭିଜ୍ଞତା ରହିଛି। ଆପଣ କହିପାରିବେ ଯେ ଭାରତ             ବିପକ୍ଷରେ ଆମର ଦବଦବା ରହିବ। ଆମେ ଗତ ଦୁଇ ମାସ ଧରି ଶ୍ରୀଲଙ୍କାରେ ଖେଳୁଛନ୍ତି । ଆମେ ଟେଷ୍ଟ ଖେଳିଥିଲେ, ଆଫଗାନିସ୍ତାନ ବିପକ୍ଷରେ             ଏକ ସିରିଜ୍ ଏବଂ ପରେ ଲଙ୍କା ପ୍ରିମିୟର ଲିଗ୍ । ତେଣୁ କୁହାଯାଇପାରେ ଯେ ଏହି ମ୍ୟାଚ୍ ଜିତିବାର ଆମର ଅଧିକ ସୁଯୋଗ ଅଛି ।’’

Udyog Nursery
Udyogi Nursery

ଏସିଆ କପ୍ ୨୦୨୩ ରେ ଭାରତ ଏବଂ ପାକିସ୍ତାନ ପୂର୍ବରୁ ମୁହାଁମୁହିଁ ହୋଇସାରିଛନ୍ତି । କିନ୍ତୁ ସେଦିନ ବର୍ଷା ଯୋଗୁଁ ମ୍ୟାଚର ପୁରା ମଜା ବିଗିଡ଼ି ଯାଇଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଫ୍ଲପ୍ ହୋଇଯାଇଥିଲା । ଟିମ୍ ଇଣ୍ଡିଆ ତରଫରୁ ଇଶାନ୍ କିଶନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଇନିଂସ ପରିଚାଳନା କରି ଏହାକୁ ୨୬୬ ରନର ସମ୍ମାନଜନକ ସ୍କୋରକୁ ନେଇଥିଲେ। କିନ୍ତୁ ପାକିସ୍ତାନ ବ୍ୟାଟିଂ କଲାବେଳେ ବର୍ଷା ହେବାରୁ ମ୍ୟାଚକୁ ବାତିଲ କରିବାକୁ ପଡିଲା ଏବଂ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ୍ ଦିଆଯାଇଥିଲା। ତେବେ ଆଜିର ଏହି ଚିତ୍ତାକର୍ଶକ ମ୍ୟାଚ୍ ଆଜି ୩ଟା ବେଳେ ଆରମ୍ଭ ହେବାକୁ ଥିବାବେଳେ ବିଶ୍ୱ କ୍ରିକେଟର ରାଜା ଓ ପାକିସ୍ତାନର ମୁଖ୍ୟ ଟାର୍ଗେଟ୍ ବିରାଟ୍ କହୋଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.