ବଲାଙ୍ଗିର ପୌରପାଳିକା ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ପୌରପାଳିକା ସଫେଇ କର୍ମଚାରୀ ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କଲେଜ ଛକ, କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା l ଜିଲ୍ଲା ପୌରପାଳିକା ରେ କାର୍ଯ୍ୟରତ ସଫେଇ କର୍ମଚାରୀ ସର୍ବମୋଟ ଦୁଇଶହ ଷାଠିଏ ବ୍ୟକ୍ତି ବିଶେଷ (ସଫେଇ କର୍ମଚାରୀ ) ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱରକାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ଥିଲା ବେଳେ ପ୍ରାୟେ ଏକ ଶହ ଚାଳିଶ ଜଣ ନିଜ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲା ବେଳେ ଏଥିରୁ ସତୁରି ଜଣ ଙ୍କ ଉଚ୍ଚ ରକ୍ତଚାପ, ଚାଳିଶ ଜଣଙ୍କର ମଧୁମେହ ଚିହ୍ନଟ କରାଯାଇଥିଲା l ଶିବିର ରେ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଉପଯୁକ୍ତ ସ୍ଥଳେ ଟିଟାନାସ ପ୍ରୟୋଗ କରଯାଇଥିଲା lସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତି (ଜନସ୍ୱାସ୍ଥ୍ୟ ଅଧିକାରୀ) ପୌରପାଳିକା ମୁଖ୍ୟ ଅଧିକ୍ଷକ ବିଶ୍ୱମ୍ବର ମିଶ୍ର, ଶ୍ରୀ ମୃତ୍ୟୁଞ୍ଜୟ ମୁଣ୍ଡ୍ (ଜିଲ୍ଲା ପ୍ରଜେକ୍ଟ ମ୍ୟାନେଜର, ସ୍ୱାସ୍ଥ୍ୟ ମିଶନ ) ଅତିଥି ଭାବେ ଯୋଗଦାନ କରିଥିଲେ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା. ମନୋରମା ଶତପଥୀ, ୟୁପିଏଚସି କନ୍ଧପାଲି ମେଡିକାଲ ଅଫିସର ଡା. ଏନ. କେ ପାଢୀ ଯୋଗଦାନ କରି ସମସ୍ତ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ l ଉକ୍ତ ଶିବିରରେ ଏପିଏମ୍ – ଏନ୍ ଏଚ୍ ଏମ୍ ରାମାନୁଜ ପଣ୍ଡା, ନେସନାଲ ପିସ୍ ୟୁନିସନ୍ ର ନିର୍ଦ୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ଦେବେସ ରାଉତ(ସ୍ୱାସ୍ଥ୍ୟ ନିରୀକ୍ଷକ), ଶ୍ରୀ ଅଭିମନ୍ୟୁ ପଟେଲ ସ୍ୱାସ୍ଥ୍ୟ କର୍ମୀ ଙ୍କ ତରଫରୁ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଆଶା ଦିଦି ଗଣ, ଏ.ଏନ.ମ୍ ଗଣ, ସ୍ୱାସ୍ଥ୍ୟ ନିରୀକ୍ଷକ (ଏନଏଚଏମ) ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ l ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟସଭ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣରେ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଶିବିର ସୁଚାରୁ ରୂପେ ସମ୍ପର୍ଣ୍ଣ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.