ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ଓ ନିର୍ବାଚନୀ ମୁଦ୍ଦା ବାବଦରେ ହେବ ଆଲୋଚନା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ସାଂସଦ ରାଘବ ଚଢା ମଙ୍ଗଳବାର କହିଛନ୍ତି ଯେ ବୁଧବାର ୧୪ ଜଣିଆ ସମନ୍ୱୟ କମିଟିର ପ୍ରଥମ ବୈଠକରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୈଠକରେ ମେଣ୍ଟ କେଉଁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଚୂଡ଼ାନ୍ତ କରାଯିବ, ଏହାର ଜନସମ୍ପର୍କର ରୂପରେଖ ସ୍ଥିର କରିବା ଏବଂ ଶେଷରେ ରାଜ୍ୟ ଅନୁଯାୟୀ ଆସନ ବୁଝାମଣା ଉପରେ ଆଲୋଚନା କରାଯିବ।

ସମସ୍ତ ରାଜ୍ୟ ପାଇଁ କୌଣସି ସମାନ ଫର୍ମୁଲା ଲାଗୁ କରାଯାଇପାରିବ ନାହିଁ, କାରଣ ପ୍ରତ୍ୟେକ ରାଜ୍ୟର ନିଜର ସ୍ୱତନ୍ତ୍ର ନିର୍ବାଚନ ଜଳବାୟୁ ରହିଛି” ବୋଲି ଆପ୍ ସାଂସଦ ରାଘବ ଚଢା କହିଛନ୍ତି। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀମାନେ ନିଜର ବ୍ୟକ୍ତିଗତ ଅଭିଳାଷ, ମତ ପାର୍ଥକ୍ୟ ଏବଂ ମନର ପାର୍ଥକ୍ୟକୁ ବଳିଦାନ ଦେବାକୁ ଇଚ୍ଛୁକ ହେବା ଆବଶ୍ୟକ।

ଇଣ୍ଡିଆର ମେଣ୍ଟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଏବଂ ବିଜେପିର ଏକଛତ୍ରବାଦୀ ଓ ଗଣତନ୍ତ୍ର ବିରୋଧୀ ଶାସନକୁ ପରାସ୍ତ କରିବା ପାଇଁ ଆପ୍ ଏହି ମେଣ୍ଟରେ ସାମିଲ ହୋଇଛି ବୋଲି ସାଂସଦ ଚଢା କହିଛନ୍ତି। ଆଜି ଆମ ଦେଶ ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ବେକାରୀ ଏବଂ କୃଷି ସଙ୍କଟ ଯାଏଁ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରରେ ଏମିତି ଏକ ସରକାର ଦରକାର ଯାହାର ବ୍ଲୁ ପ୍ରିଣ୍ଟ ରହିଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.