୩ଦଫା ଦାବୀ ନେଇ ଶିକ୍ଷକଙ୍କ ଗଣଧାରଣା ୩ୟ ଦିନରେ; ସ୍କୁଲରେ ପଡିଛି ତାଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମୁହିକ ଛୁଟି ନେବା ଦ୍ୱାରା ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଗୁଡିକ ବନ୍ଦ ରହିଛି । ଫଳରେ ବୁଧବାର ଛାତ୍ରୀ/ଛାତ୍ର ମାନେ ନିରାଶରେ ନିଜ ନିଜ ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଥିଲା।ବୁଧବାର ଦିନ ଠାରୁ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି ଶିକ୍ଷକମାନଙ୍କ ଗଣଧାରଣା। ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ କର୍ଲାମୁଣ୍ଡା ବ୍ଳକ ୨୪୧ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମୁହିକ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଓ ସମ୍ପାଦକ ସୁଦର୍ଶନ ସାହୁ କହିଛନ୍ତି। ତେବେ ଦାବି ଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ପ୍ରଥା ବନ୍ଦକରି ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ କ୍ୟଡରର୍ଭୁକ୍ତ କରିବା ସହିତ କନିଷ୍ଠ ଶିକ୍ଷକ, କଳାଶିକ୍ଷକ, କ୍ରୀଡ଼ାଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟହାରରେ ବେତନ (୪୨୦୦ଗ୍ରେଡପେ) ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପ୍ରମୁଖ ଦାବି ଗୁଡ଼ିକ ରହିଛି। ଅନ୍ୟ ପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମୁହିକ ଛୁଟି ରହିବା ଦ୍ୱାରା ଛାତ୍ରୀ/ଛାତ୍ରଙ୍କ ପାଠ ପଢା ସହିତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠପ୍ ହୋଇଯାଇଛି। ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ନିର୍ଦେଶ କ୍ରମେ କର୍ଲାମୁଣ୍ଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.