ନୂଆଖାଇ ପାଇଁ ନର୍ଲା ବଜାର ପ୍ରବଳ ଭିଡ

ଚାରିଆଡେ ଉତ୍ସଵର ମାହୋଲ
ଦେଖା ଦେଇଛି ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଆଉ ମାତ୍ର ଗୋଟିଏ ଦିନ ରହିଲା । ଏନେଇ ନର୍ଲା ଅଞ୍ଚଳ ଚଳଚଞ୍ଚଳ । ନୂଆଖାଇ ପୂର୍ବଦିନ ଗଣେଶ ପୂଜା । ନର୍ଲା ବଜାର ପୁରା ସରଗରମ । ଚାରିଆଡେ ଉତ୍ସଵ ର ମାହୋଲ ଦେଖା ଦେଇଛି। ନର୍ଲାରେ ଦୁଇଗୋଟି ସାପ୍ତାହିକ ହାଟ ବସିଥାଏ । ରବିବାର ବଡ ହାଟ ଓ ଗୁରୁବାର ଛୋଟ ହାଟ । ମଙ୍ଗଳବାର ଗଣେଶ ପୂଜା ଓ ପରଦିନ ବୁଧବାର ନୂଆଖାଇ ପଡ଼ୁଥିବାରୁ ରବିବାର ନୂଆଖାଇ ହାଟ ହୋଇଥିଲା । ଅନ୍ୟ ରବିବାର ଅପେକ୍ଷା ନୂଆଖାଇ ପୂର୍ବରୁ ଏହି ରବିବାର ସାପ୍ତାହିକ ହାଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବଳି ପୂଜା ପାଇଁ କୁକୁଡ଼ା, ବତକ ପ୍ରଭୃତିରୁ ଆରମ୍ଭ କରି ପନି ପରିବା ବିଶେଷ କରି ଧରଣୀ ଦେବୀ ଓ ଅନ୍ନଦାତ୍ରୀ ମା ମହଲକ୍ଷ୍ମୀଙ୍କ ଠାରେ ଖେଡ ସୁଆ ନିମନ୍ତେ ଧାନ କେଣ୍ଡା ଓ ନୂଆ ଧାନର ଚୁଡା ନୂଆଖାଇ ପର୍ବର ମୁଖ୍ୟ ଜିନିଷ ହୋଇଥିବାରୁ ସମସ୍ତେ ବଜାରୁ କିଣିଥିଲେ ଏସବୁ ସାମଗ୍ରୀ । ନୂଆଖାଇ ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ହୋଇଥିବାରୁ ନୂଆଖାଇ ପାଇଁ ନୂଆବସ୍ତ୍ର କିଣିବା ନିମନ୍ତେ ଏବଂ ନୂଆଖାଇ ପୂର୍ବଦିନ ଗଣେଷ ପୂଜା ପାଇଁ ମଧ୍ୟ କପଡା, କିରାନା, ଫେନ୍ସି ଓ ପୂଜା ଦୋକାନ ଗୁଡିକରେ ପ୍ରବଳ ଜନ ଗହଳି ରହିଥିଲା ।ଏହା ଦିନେ କି ଦୁଇଦିନ ନୁହଁ ଗତ ଗୁରୁବାର ଦିନ ଠାରୁ ନୂଆଖାଇ ବଜାର ପାଇଁ ନର୍ଲା ମାର୍କେଟ ପ୍ରବଳ ଭିଡ। ନର୍ଲା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵ ବସଷ୍ଟାଣ୍ଡ ସ୍ଥିତ ମାର୍କେଟ କମ୍ପ୍ଲେକସ ବାଇକ ଓ ଚାରି ଚକିଆ ଯାନ ବାହନ ଗୁଡିକର ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଛି। ୧୦ ବର୍ଷ ପୂର୍ବର ନର୍ଲା ଓ ଏବକାର ନର୍ଲା ମଧ୍ୟରେ ଅନେକ ଫରକ ହେଲାଣି । ଆଗରୁ ଏଠାକାର ଲୋକେ କପଡା ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସଦର ମହକୁମା ଭବାନୀପାଟଣା କିମ୍ବା ନର୍ଲା ନିକଟସ୍ଥ ରୁପ୍ରାରୋଡକୁ ଯାଉଥିଲେ ବଜାର ହାଟ ପାଇଁ । ଏହା ବି ସତ୍ୟ କଥା ଯେ ରୁପ୍ରାରୋଡ ବସ୍ତି ହେଉଛି ନର୍ଲା ଅଞ୍ଚଳର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳି । ରୁପ୍ରାରୋଡ ବସ୍ତିରେ ଏବେ ମଧ୍ୟ ୫୦ ରୁ ଉର୍ଦ୍ଧ୍ବ କପଡା, ନଡିଆ,ମିକ୍ସଶ୍ଚର ପ୍ରଭୃତିର ହୋଲସେଲ କାଉଣ୍ଟର ଗୁଡିକ ରହିଛି । ନର୍ଲାର ବ୍ୟବସାୟୀ ମାନେ ରୁପ୍ରାରୋଡକୁ ସାମଗ୍ରୀ ଅଣିବା ପାଇଁ ଯାଇଥାନ୍ତି । ହେଲେ ଏବେ ଚିତ୍ରପଟରେ ଅନେକ ପରିବର୍ତ୍ତନ ଘଟିଛି । ନର୍ଲା ଆଖପାଖ ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳି ସାଜିଛି । ମ.ରାମପୁର ରୁ ଆରମ୍ଭ କରି ଏପଟେ ଲାଞ୍ଜିଗଡରୋଡ଼ ସେପଟେ ଦେପୁର ଠାରୁ ମଧ୍ୟ ଲୋକେ ବିଭିନ୍ନ ସାମଗ୍ରୀ ଓ ବସ୍ତୁକ୍ରୟ କରିବା ପାଇଁ ନର୍ଲା ଆସିଥାନ୍ତି । ନୂଆଖାଇ ଆସି ଉପନୀତ । ଗଣପର୍ବ ନୂଆଖାଇ ରେ ସମସ୍ତେ ନୂଆ ପୋଷାକ କରିଥାନ୍ତି । ଗଣେଶ ପୂଜା ଓ ନୂଆଖାଇ ବଜାର ବିଶେଷ କରି ଗୋଟିଏ ସପ୍ତାହ ହୋଇଗଲାଣି ଡ୍ରେସ୍ ଓ କପଡା ବଜାର ରେ ସରଗରମ ଭିଡ ଦେଖିବାକୁ ମିଳୁଛି । ଏଥିପାଇଁ ନର୍ଲା ବଜାର ମୁଖ୍ୟ ରାସ୍ତାର ଦୁଇକଡେ ବାଇକ ଓ ଗାଡି ମୋଟର ଭରପୁର ରହୁଥିବାରୁ ସଂଧ୍ୟା ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ପରିଲକ୍ଷିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.