୫ ଦଫା ଦାବି ନେଇ କାରାଗାର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଦାବି ପୂରଣ ନ ହେଲେ ୨୫ ସେପ୍ଟେମ୍ବରରୁ ଆମରଣ ଅନଶନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଖାକିରେ ପିନ୍ଧା ହୋଇଛି କଳାବ୍ୟାଚ | କାରଣ ପୂରଣ ହେଉ ନାହିଁ ୫ ଦଫା ଦାବି | ଅଲ ଓଡିଶା ଜେଲ କର୍ମଚାରୀ ସଙ୍ଘ ଆହ୍ୱାନରେ ଚଳିତ ସେପ୍ଟେମ୍ବର ମାସ ୧୩ ରୁ ୨୪ ତାରିଖ ଯାଏଁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛୁ | ଯଦି ଏହି ସମୟ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଆସନ୍ତା ୨୫ ସେପ୍ଟେମ୍ବରରୁ କଳାବ୍ୟାଚ ପରିଧାନ ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନା କରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆନ୍ଦୋଳନରେ ବସି ରହିବୁ ବୋଲି ରାୟଗଡା ଉପ କାରାଗାର କର୍ମଚାରୀ ସଙ୍ଘ ସଭାପତି ସିମାଞ୍ଚଳ ସାହୁ ପ୍ରକାଶ କରିଛନ୍ତି | କାରାରକ୍ଷୀ ଗ୍ରେଡ଼ ପେ ୨୦୦୦ ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀଙ୍କ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ବରିଷ୍ଠତା ଭିତ୍ତିକ ପୁରୁଣା ପଦବି ପଦୋନ୍ନତି ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନ ହେବ ନିୟମ ବନ୍ଦ କରିବା, ଖାଦ୍ୟ ଭତ୍ତା ୪୦୦ଟଙ୍କାରୁ ୧୪୦୦ଟଙ୍କାକୁ ବୃଦ୍ଧି କରିବା ଏବଂ ନୂତନ ବେତନ କମିଶନ -୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ କରିବା ଭଳି ପାଞ୍ଚ ଦଫା ଦାବି କରାଯାଇଛି | ରାୟଗଡା ଜିଲ୍ଲାପାଳ, ଉପ କାରାଗାର ଅଧିକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ସଙ୍ଘ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ନେଇ ସଙ୍ଘ ସମ୍ପାଦକ ନୟନ କୁମାର ସାରକା ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.