ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଖାଇ ଧୁମ୍ ଧାମରେ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହେଉଛି ଗଣପର୍ବ ନୂଆଖାଇ l ଏଥିପାଇଁ ଏବେ ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଛି । ଏହା ଏକ କୃଷି ଭିତ୍ତିକ ଲୋକପର୍ବ ହେଇଥିବା ବେଳେ ଚାଷୀ ତା ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।

ନୂଆଁଖାଇ ଆସିଲେ ଏଥିପାଇଁ କେତେ ସଜବାଜ ଚାଲିଥାଏ ପ୍ରତି ପରିବାରରେ। ଘରକୁ ସଫାସୁତରା ସହ ଲିପାପୋଛା କରାଯାଏ ଓ ଲୁଗାପଟା ଠାରୁ ଆରମ୍ଭ କରି ଘରର ଅନେକ ଘରକରଣା ଜିନିଷ ବି ନୁଆ ଭାବରେ ବ୍ୟବହୃତ କରାହୁଏ । ପିଲାଠୁ ବୟସ୍କ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନୂଆ ଖାଇବାର ପରମ୍ପରା ରହିଛି ।

ନବାର୍ଣ ଭକ୍ଷଣ ପରେ ଇଷ୍ଟ ଦେବୀ ଙ୍କୁ ଦର୍ଶନ ଏବଂ ବୟସ୍କ ଙ୍କ ସହ ଜୁହାର ଭେଟ କାର୍ଯ୍ୟକ୍ରମ ଏକ ମୁଖ୍ୟ ଆକର୍ଷଣ ପାଲଟିଥାଏ l ଏଥିଲାଗି ସମ୍ବଲପୁରୀ ବସ୍ତ୍ର ବୁଣାକାରମାନେ ଦୀର୍ଘ ଦିନରୁ ନୂଆ ନୂଆ ଡିଜାଇନର ବସ୍ତ୍ର ତିଆରି କରିବାରେ ଲାଗି ପଡିଥାନ୍ତି । ଜିଲ୍ଲାର ସବୁ ସମ୍ବଲପୁରୀ ଲୁଗା ଦୋକାନ ଗୁଡିକରେ ବେଶ୍ ଭିଡ ଜମିଥିବା ଏ ସମୟରେ ଦେଖିବାକୁ ମିଳିଥାଏ ।

ଯିଏ ଯେତେ ଦୂରରେ ଥାଉ ନା କାହିଁକି ନୂଆଖାଇ ଦିନ ନିଶ୍ଚୟ ନିଜ ଘରକୁ ଫେରିଥାନ୍ତି । ସେ ପରିପ୍ରେକ୍ଷୀରେ ଆଜି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ସୁବର୍ଣ୍ଣପୁର ଗଡ଼ଜାତ ସମେତ ପଞ୍ଚରା ଇଲାକାରେ ନୂଆଁଖାଇ ପର୍ବ ।

ଏହି ପରିପ୍ରେକ୍ଷୀରେ ସୋନପୁର ସମଲେଶ୍ବରୀ ମନ୍ଦିରରୁ ନୂଆ ହାଣ୍ଡିରେ ବିଭିନ୍ନ ସାଜସଜ୍ଜା ରେ ଭରି ପାହୁର୍ ବାହାରି ଗଡ଼ଜାତରେ ଥିବା ଅଷ୍ଟ ଚଣ୍ଡୀଙ୍କ ପାଖରେ ନୂଆଁ ଲାଗିବା ପରେ ପରେ ପୂର୍ବରୁ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ସହର ସାରା ଲୋକ ନବାର୍ଣ୍ଣ ଭକ୍ଷଣ କରନ୍ତି ।

ବାଜା ର ତାଳେ ସହର ର ସମସ୍ତ ଜନତା ବାନା ଧରି ପାହୁଡ ଯାତ୍ରା ରେ ସହର ର ସମସ୍ତ ବ୍ୟକ୍ତି ଆଗ୍ରହ ର ସହ ଏହି ପାହୁଡ ଯାତ୍ରା ରେ ସାମିଲ ହୋଇ ସମଲେଶ୍ଵରୀ ମନ୍ଦିର ଠୁ ସୁରେଶ୍ୱରି ମନ୍ଦିର କୁ ନୂଆ ଲାଗି ପାଇଁ ଯାଆନ୍ତି। ଅଷ୍ଟ ଚଣ୍ଡୀଙ୍କ ପାଖରେ ନୂଆ ଲାଗିବା ପରେ ସମସ୍ତେ ଘରେ ଘରେ ନୂଆ ଖାଇବା ପରେ ଆରମ୍ଭ ହୋଇଥାଏ ନୂଆଁଖାଇ ଜୁହାର ଓ ଭେଟଘାଟ ପରମ୍ପରା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.