ଗଣେଶ ବିସର୍ଜନ ବେଳେ ନାଗାବଳି ନଦୀରେ ଅଘଟଣ, ମା ସମ୍ମୁଖରେ ଭାସିଗଲା ପୁଅ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ | ରାୟଗଡାର ନାଗାବଳି ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ମା ସମ୍ମୁଖରେ ଭାସିଗଲା ୩୨ ବର୍ଷର ପୁଅ | ଆଉ ନଦୀରେ ନିଖୋଜ ପୁଅକୁ ଖୋଜାଖୋଜି କରୁଛି ରାୟଗଡା ଅଗ୍ନିଶମ ବାହିନୀ | ନିଖୋଜ ଜଣକ ରାୟଗଡା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର ଶ୍ରୀନିବାସ ଅଶୋକ କୁମାର ବୋଲି ଜଣା ପଡିଛି | ସେ ଜେକେପୁର ସ୍ଥିତ ଜେକେ କାଗଜ କଳରେ କାର୍ଯ୍ୟ କରୁଥିବା ଜଣାପଡିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଅପରାହ୍ନରେ ଅଶୋକ ନିଜ ମା ଙ୍କୁ ନେଇ ଚେକାଗୁଡା ନିକଟସ୍ଥ ନାଗାବଳିରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ | ନାଗାବଳି ନଦୀ ତଟରେ ମା ରହି ଥିବା ବେଳେ ପୁଅ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରିଥିଲେ | ତେବେ କିଛି ପୂଜା ହୋଇଥିବା ସାମଗ୍ରୀ ରହି ଯାଇଥିବା ଦେଖି ପୁଣି ଥରେ ନଦୀକୁ ଯାଇଥିବା ବେଳେ ହଠାତ ଗୋଡ ଖସିବାରୁ ନଦୀର ପ୍ରଖର ସ୍ରୋତ ରେ ଅଶୋକ ନିଖୋଜ ହୋଇଯାଇଥିଲେ | ପ୍ରଖର ସ୍ରୋତ ରେ ପୁଅକୁ ଭାସି ଯାଉଥିବା ଦେଖି ମା ଚିତ୍କାର କରିଥିବା ବେଳେ ପୋଲ ଉପରେ ଥିବା କିଛି ଲୋକେ ତୁରନ୍ତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ |

Udyog Nursery
Udyogi Nursery

ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ନେଇ ଝୁଲା ପୋଲ ତଥା ନଦୀ ତଳିଆ ଅଂଚଳରେ ଖୋଜାଖୋଜି କରିଥିଲେ ସୁଦ୍ଧା ଅଶୋକ ର କୌଣସି ଖୋଜ ଖବର ମିଳି ପାରି ନାହିଁ | ଅପରପକ୍ଷେ ସନ୍ଧ୍ୟା ହୋଇ ଯାଇଥିବାରୁ ନଦୀରେ ଖୋଜା ଖୋଜି କରିବା ସମ୍ଭବ ପର ହୋଇଛି ପାରି ନ ଥିବା ଜଣାପଡିଛି | ପୋଲ ଉପରୁ ଅନେକ ଲୋକେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ କିଛି ଅମାନିଆ ଲୋକେ ଅଘଟଣ ସମ୍ପର୍କରେ ଅବଗତ ଥାଇ ମଧ୍ୟ ନଦୀ ଗର୍ଭକୁ ଯାଇ ବିସର୍ଜନ କରୁଥିବା ଦେଖିବାକୁ ମିଳିଛି | ରାୟଗଡା ଥାନା ପୋଲିସ ନାଗାବଳି ପୋଲରେ ଲୋକଙ୍କୁ ସାବଧାନ ହୋଇ ବିସର୍ଜନ କରିବାକୁ ବୁଝାଉଥିବା ଦେଖିବାକୁ ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.