ସାମ୍ବାଦିକ କାମେଶ ନାଗ ପାଇବେ ଓଡିଶା ପ୍ରତିଭା ସମ୍ମାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲାର ଯୁବ ସାମ୍ୱାଦିକ କାମେଶ ନାଗ ଭୁବନେଶ୍ୱରଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହେବେ l ସାମ୍ବାଦିକତାକୁ ସମାଜସେବା ଭାବେ ଆରମ୍ଭ କରି ସେ ସବୁବେଳେ ଗରିବ, ନିରୀହ, ନିଷ୍ପେସିତ, ଦିବ୍ୟାଙ୍ଗଙ୍କ ଖବର ପ୍ରସାରଣ କରିଥାନ୍ତି l ମୁଖ୍ୟତଃ ଶାଗବାହାଳିର ଜଣେ ଝିଅର ଆତ୍ମହତ୍ୟା ଘଟଣା, ଗଛମୂଳେ କରୋନା ଆକ୍ରାନ୍ତ, ହିତାଧିକାରୀଙ୍କ ଟଙ୍କା ହଡପ, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଆଦିବାସୀଙ୍କୁ ଆକ୍ରମଣ, ଏସସି, ଏସଟି, ଓବିସିଙ୍କ ଅଧିକାର ପାଇଁ ଖବର ପ୍ରସାରଣ କରିଆସୁଛନ୍ତି l ସେଥିପାଇଁ ଶ୍ରୀ ନାଗ ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ସମ୍ମାନିତ ହୋଇଥିଲେ l ବର୍ତ୍ତମାନ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହେବା ଖବର ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.