କଲ୍ୟାଣ ବିଭାଗ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣା: ସାଂସଦ ସପ୍ତଗିରି ଉଲାକାଙ୍କ ଡଙ୍ଗାସିଲ୍ ଗସ୍ତ ଓ ଘଟଣାସ୍ଥଳ ପରିଦର୍ଶନ

ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ କଲେ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଆଜି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାସିଲ୍ ଗ୍ରାମକୁ ଗସ୍ତ କରିଥିଲେ । ସେଠାରେ ଶତାଧିକ ଦଳୀୟ କର୍ମୀ ତଥା ସମର୍ଥକଙ୍କ ଗହଣରେ କଲ୍ୟାଣ ବିଭାଗର ଆଶ୍ରମ ବିଦ୍ୟାଳୟକୁ ଯାଇ ତୃତୀୟ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ପିଅନ୍ ଦୁଷ୍କର୍ମ କରିଥିବା ଭଳି ଲଜ୍ୟାଜନକ ଘଟଣାକୁ ନିନ୍ଦା କରିବା ସହ ଗିରଫ ହୋଇଥିବା ଦୋଷୀ ପିଅନକୁ କଠୋର ଦଣ୍ଡବିଧାନ ସହ ପୀଡିତା ଛାତ୍ରୀକୁ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଭବିଷ୍ୟତରେ ଯେପରି ଏଭଳି ଆଉ କୈାଣସି ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନଶିକ୍ଷକଙ୍କୁ ତାଗିଦ୍ କରିଥିଲେ ସାଂସଦ ସପ୍ତଗରି । ସେହିଭଳି ଦୋଷୀଙ୍କୁ ଗିରଫ କରିବା ପାଇଁ ପୋଲିସ ଆସିଥିବା ବେଳେ ପୋଲିସ ବସକୁ କିଛି ଲୋକେ ଜାଳିପୋଡି ନଷ୍ଟ କରି ଦେଇଥିବାରୁ ପୋଲିସ ପ୍ରକୃତ ଅପରାଧୀକୁ ଗିରଫ କରନ୍ତୁ କିନ୍ତୁ ଘଟଣାରେ ସଂପୃକ୍ତି ନ ଥିବା ଲୋକଙ୍କୁ ଗିରଫ ନ କରିବା ପାଇଁ ଆଲୋଚନା ବେଳେ ମତାମତ ପ୍ରକାଶ କରିଥିଲେ । ଡଙ୍ଗାସିଲ ଗ୍ରାମରୁ ଫେରିବା ପରେ ସାଂସଦ ଶ୍ରୀ ଉଲାକା ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡିତାଙ୍କ ପରିବାର ସହ ମିଶି ପୀଡିତାର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ଏହି ସମୟରେ ଧର୍ଯ୍ୟର ସହ ରହିବାକୁ ପରାମର୍ଶ ଦେଇଥିଲେ । ସାଂସଦ ଶ୍ରୀ ଉଲାକାଙ୍କ ଏହି ଗସ୍ତ ସମୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଲା ସଭାପତି ବିଜୟ ଗମାଙ୍ଗ, ରତ୍ନାମଣି ଉଲାକା,ରାୟଗଡା ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା,କାଶିପୁର ବ୍ଳକ ସଭାପତି ଅଙ୍ଗଦ ନାୟକ,କିସାନ ସେଲ ଓପିସିସି ଉପସଭାପତି ଦେବେନ୍ଦ୍ର ରାଓ,ଯୁବ କଂଗ୍ରେସ ସଭାପତି ଜୋସେଫ ଖୋସଲା,ଜିଲ୍ଳା କଂଗ୍ରେସ ଏସସି ସେଲ୍ ସଭାପତି ରାଜେନ୍ଦ୍ର ଦୁରିଆ,ଯୁବ ସୋସିଆଲ ମିଡିଆ ସଂଯୋଜକ ବିବେକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.