ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହୁକମାର ଗାୟତ୍ରୀ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ସ୍ୱାବଲମ୍ବୀ ଭାରତ ଅଭିଯାନ ଆନୁକୂଲ୍ୟରେ ଉଦ୍ୟମିତା ସପ୍ତାହ ପାଳନ କରାଯାଇଛି | ବିଦ୍ୟାଳୟର ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱାବଲମ୍ବୀ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦେଶରେ ପ୍ରତେକ ବର୍ଷ ୯୦ ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ସ୍ନାତକରେ ଉତ୍ତୀର୍ଣ ହେଉଛନ୍ତି | ସରକାରୀ ଚାକିରି ୨ ଶତକଡା ରହିଥିବା ସମୟରେ ବେସରକାରୀ ଚାକିରି ୭ ଶତକଡା ରହୁଛି ତେଣୁ ବାକି ୯୧ ଶତକଡା ଛାତ୍ରଛାତ୍ରୀ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | କୌଣସି ସରକାର କିମ୍ବା କୌଣସି ଶିଳ୍ପାନୁଷ୍ଠାନ ପାଇଁ ଏହା ସମ୍ଭବ ନୁହେଁ ଯେ ସମସ୍ତଙ୍କୁ ଥଇଥାନ କରାଯାଇପାରିବ | ଏହି ସମସ୍ୟାର କେବଳ ଗୋଟିଏ ହିଁ ସମାଧାନ ଅଛି ଏବଂ ତାହା ହେଲା ସ୍ୱାବଲମ୍ବୀ ହେବା | ତେଣୁ ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଦେଶକୁ ସୁରକ୍ଷା କରିବା ପାଇଁ ସ୍ୱାବଲମ୍ବୀ ଭାରତ ଅଭିଯାନ ଯୋଜନା ପ୍ରୟାସରେ ଉଦ୍ୟମିତା ସପ୍ତାହ ଆରମ୍ଭ ହୋଇଛି | ସମଗ୍ର ଭାରତରେ ବିଭିନ୍ନ ସ୍କୁଲ, କଲେଜ ଏବଂ ବୈଷୟିକ ବିଦ୍ୟାଳୟ ମାନଙ୍କରେ ସ୍ୱାବଲମ୍ବୀ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦିଆଯିବ ଯାହା ସ୍ୱାବଲମ୍ବୀ ଭାରତ ଅଭିଯାନର ଓଡିଶା ପଶ୍ଚିମ ପ୍ରାନ୍ତର ପାଳକ ଦୀପକ କୁମାର ରାଉତ ସରସ୍ଵତୀ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ଆଜିର ଏହି କର୍ମଶାଳାରେ ସୂଚନା ଦେଇଛନ୍ତି | ଆଜିର ଏହି କର୍ମଶାଳାରେ ୨୫୦ ଛାତ୍ରଛାତ୍ରୀ ଉତ୍କଣ୍ଠା ସହ ଉପସ୍ଥିତ ରହି ଅନେକ ପ୍ରକାରର ପ୍ରଶ୍ନ ପଚାରି ସ୍ୱାବଲମ୍ବୀ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ | ଏହି କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଭାରତ ଅଭିଯାନର ଜ଼ିଲ୍ଲା ସହ-ସମନ୍ୱୟକ ଶ୍ୟାମ କୁମାର ଦାଶ, ଏମ୍.ବିଦ୍ୟା ସାଗର ଓ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ | ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଧୀର ନେଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |