ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି । ନାସୀର ହୁସେନ, ଇଆନ ବିଶପ ଓ ଇଆନ ସ୍ମିଥଙ୍କ ପରି ପ୍ରତିଷ୍ଠିତ ଭାଷ୍ୟକାରଙ୍କୁ ସାମିଲ କରାଯାଇଛି । ଭାରତରୁ ସୁନୀଲ ଗାଭାସ୍କର, ହର୍ଷ ଭୋଗଲେ, ରବି ଶାସ୍ତ୍ରୀ, ସଞ୍ଜୟ ମଞ୍ଜ୍ରେକର, ଦୀନେଶ କାର୍ତିକ ଓ ଅଞ୍ଜୁମ ଚୋପ୍ରାଙ୍କୁ ସୁଯୋଗ ପ୍ରଦାନ କରାଯାଇଛି । ଅନ୍ୟ ଦେଶଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆର ଶେନ ୱାଟସନ, ରିକି ପଂଟିଂ, ଲିସା ଥାଲେକର, ଆରୋପ ଫିଂଚ, ମାଥ୍ୟୁ ହେଡେନ, ଡିର୍କ ନାନେସ, ମାର୍କ ହାୱାର୍ଡ । ଇଂଲଣ୍ଡରୁ ନାସୀର ହୁସେନ, ମାଇକେଲ ଆର୍ଥଟନ, ଇଅନ ମୋର୍ଗାନ, ମାର୍କ ନିକୋଲସ, ଇଆନ ୱାର୍ଡ । ୱେଷ୍ଟଇଣ୍ଡିଜରୁ ଇଆନ ବିଶପ ଓ ସାମୁଏଲ ବଦ୍ରି । ଦକ୍ଷିଣ ଆଫ୍ରିକାରୁ କାସ ନାଇଡୁ, ଶନ ପୋଲାକ, ନାଟାଲିଆ ଗର୍ମାନାସ । ନ୍ୟୁଜିଲାଣ୍ଡରୁ ଇଆନ ସ୍ମିଥ, ସାଇମନ ଡୁଲ, କାଟେ ମାର୍ଟିନ । ଶ୍ରୀଲଙ୍କାରୁ ରସେଲ ଆର୍ଣ୍ଣଡ । ପାକିସ୍ତାନରୁ ରମିଜ ରାଜା, ୱାକର ୟୁନିସ । ବାଂଲାଦେଶରୁ ଅଥର ଅଲୀ ଖାଁ ଏବଂ ଜିମ୍ବାୱେରୁ ପୁମେଲେଲୋ ବାଙ୍ଗୱାଙ୍କୁ ଏହି ଟିମରେ ସାମିଲ କରାଯାଇଛି । ଅକ୍ଟୋବରୁ ୫ରେ ବିଶ୍ୱକପ ଆରମ୍ଭ ହେବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ।