ଉତଯାପିତ ହେଲା କଳିଙ୍ଗ ନଗରର ମା କରମସାନୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କଳିଙ୍ଗ ନଗରଠାରେ ବଡ ଧୁମଧାମରେ ଆରମ୍ଭ ହୋଇଥିବା ନବମ ମା କରମ୍ ସାନୀ ଯାତ୍ରା ତୃତୀୟ ଦିନରେ ବହୁ ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ପିଡି(ଡୁଡା) ବିଶ୍ଵନାଥ ବାରିକ ଓ ସମ୍ମାନିତ ଅତିଥି ଭାବରେ ମହାଦେବ ମଲ୍ଲିକ, ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ, ରାଜକିଶୋର ତ୍ରିପାଠୀ, ଚକ୍ରାୟୁଧ ନାୟକ, ଭାସ୍କର ଦାଶ ପ୍ରମୁଖ ମଞ୍ଚାସୀନ ରହି ଏହି ଯାତ୍ରାର ସଂସ୍କୃତି ପରମ୍ପରା ଉପରେ ବକ୍ତବ୍ୟ ରଖିବା ସହ ଆଗକୁ ଯାତ୍ରାର ଉତ୍ତରତ୍ତୋର ସଫଳ କାମନା କରିଥିଲେ । ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସାଂନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜସ୍ଵନ୍ତ ସାଗର ଓ ସାଥୀ ଏବଂ ବାପି ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସୁଚନା ଯୋଗ୍ୟ ଯେ, ଭାଦ୍ରବ ମାସ ମହା ଏକାଦଶୀ ତିଥିରେ ଏହି କରମସାନୀ ଠାକୁରାଣୀ ମନ୍ଦିରରୁ ପୂଜା ପରେ ମହିଳା ଓ ପୁରୁଷଙ୍କ ଦେହରେ ମା ବିରାଜମାନ କରି ଆବିର୍ଭାବ ହୋଇ ସାହିରେ ଭ୍ରମଣ କରିଥାନ୍ତି । ଗଣେଶ ସିନ୍ଧରିଆ ସାଂସ୍କୃତିକ ସଂନ୍ଧ୍ୟାର ମଞ୍ଚ ପରିଚାଳନା କରିଥିବା ବେଳେ କାହ୍ନୁ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ଦଲ ବାଦକ ଅର୍ଜୁନ ସୂର୍ଗୁଜିଆ, ଶିବ ସିନ୍ଧିରିଆ, କାର୍ତ୍ତିକ ସିନ୍ଧିରିଆଙ୍କୁ ଲାଖ ପଗୋଡ଼ି ଭିଡ଼ି ଅତିଥିଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.