ସେବାବ୍ରତୀ ଏକତା ମଞ୍ଚର ସ୍ବଚ୍ଛ ଶ୍ରମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପୂଜ୍ୟ ବାପୁଜୀଙ୍କ ମହତ ସ୍ବପ୍ନର ସ୍ବଚ୍ଛ ଭାରତକୁ ସାକାର କରିବା ଉଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ କରିଥିବା “୧ତାରିଖ ୧ଘଣ୍ଟା ଏକ ସାଥ” ସ୍ବଚ୍ଛ ଶ୍ରମ ଦାନ ରୂପକ ନିବେଦନ କୁ ସମ୍ମାନ ଜଣାଇ ଭବାନୀପାଟଣା ପୌରାଞ୍ଚଳ ର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଶକ୍ତି ନଗର ଠାରେ ବିଶିଷ୍ଟ ସମାଜସେବୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ମାର୍ଗଦର୍ଶନରେ ଶକ୍ତି ନଗର ସ୍ଥିତ ସେବାବ୍ରତୀ ଏକତା ମଞ୍ଚର ଆହ୍ବାନ କ୍ରମେ ଏକ ବିଶାଳ ସ୍ବଚ୍ଛତା ଶ୍ରମଦାନ କାର୍ଯକ୍ରମ ଆଜି ସକାଳ ୧୦ ଘଣ୍ଟା ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶକ୍ତି ନଗରର ଆବାଳ ବୃଦ୍ଧ ବନିତା ଶତାଧିକ ସଂଖ୍ୟାରେ ଯୋଗଦାନ କରି ଏକତା ମାର୍ଗର ଦୁଇ ପାର୍ଶ୍ଵ ଏବଂ ସଦର ଥାନା ସମ୍ମୁଖସ୍ତ ଶ୍ମଶାନର ସଫେଇ କାର୍ଯ୍ୟ ଅନୁଷ୍ଠିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେବାବ୍ରତୀ ଏକତା ମଞ୍ଚର ସମସ୍ତ ସଦସ୍ୟ, ଯୁବକ ଓ ମହିଳା ସ୍ବେଛା ସେବୀ ତଥା ଜେ.ପି ଏକାଡେମିର ଅନ୍ତେବାସୀ ଜୱାନମାନଙ୍କ ସହ ପ୍ରଫୁଲ୍ଲ ତ୍ରିପାଠୀ,ସନାତନ ସାହୁ,ବିରେନ୍ଦ୍ର ମୋହନ ଦୋରା, ଡମ୍ବରୁଧର ମିଶ୍ର,ଅଜିତ ପଣ୍ଡା,ସରୋଜ ପଣ୍ଡା, ଭୂପିନ୍ଦ୍ର ନାଏକ, ରୋହିଣୀ ରଥ, ଇନ୍ଦ୍ରଜିତ କର୍ମୀ, ଦିଲ୍ଲିପ ପତି, ବିକ୍ରମ ପରିଡ଼ା,ପ୍ରିୟଦର୍ଶିନୀ ଏଲୋରିକା, ସୁଶାନ୍ତ ବିଶ୍ଵାଳ, ପ୍ରକାଶ ନାଗ, ମୁକେଶ ପୁରୋହିତ, ମୋହିତ ନାଗ, କୈଳାସ ନାୟକ, ଶଙ୍କର ମାଝୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିବା ଥିବା ବେଳେ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.