ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ରେ ଆଜି ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଏହି ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ସମସ୍ତ ୱାର୍ଡ ରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଶୁଭଆରମ୍ଭ ହୋଇଯାଇଛି l ଏଥିରେ ପୁରୁଷୋତ୍ତମପୁର ଏନଏସିର ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ସମସ୍ତ କାଉଁସିଲର ଅଶୋକ କୁମାର ମହାଙ୍କୁଡ, ଭବାନୀ ଶଙ୍କର ନାହାକ, ଅରୁଣ କୁମାର ମହାଙ୍କୁଡ, ସୁଦଷ୍ଣା ବେହେରା, ଯମୁନା ବେହେରା,ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛତା ଏବଂ ଏହାର ଆବଶ୍ୟକ୍ତା ଉପରେ ସର୍ବସାଧାରଙ୍କୁ ସଚେତନତା କରାଇଥିଲେ l ଏହିପରି ଏନଏସି ର କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ବରୁଣ କୁମାର ବେହେରା, ରଞ୍ଜିତା ପଣ୍ଡା,ସ୍ୱୟଂ ସହାୟକ ଗୋଷ୍ଟୀ, ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ପରିମଳ ବିଭାଗ ର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ, ସୁପରଭାଇଜର ସନ୍ତୋଷ ପଣ୍ଡା, ଅରୁଣ କୁମାର ବେହେରା, ପବିତ୍ର ବେହେରା, ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଏହି ସେବା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.