ମା’ ଲଙ୍କେଶ୍ବରୀଙ୍କ ଦଶହରା ମହାଆଳତି ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁରର ଆରଧ୍ୟା ଦେବୀ ମା’ ଲଙ୍କେଶ୍ଵରୀଙ୍କ ଦଶହରାରେ ହେବାକୁ ଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା’ ଲଙ୍କେଶ୍ବରୀ ବିକାଶ କମିଟିର ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ୍ଷ ସିଦ୍ଧାର୍ଥ କୁମାର ସାହୁ, ସଦସ୍ୟ ମୁନା ବାରିକ, ପ୍ଲାବନ ମହାପାତ୍ର, ପବିତ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ବେହେରା, ବୈଦ୍ୟନାଥ ସାହୁ, ଦଶରଥ ତରିଆ, ମାନଭଞ୍ଜନ ସେଠୀ, ବିଭୁଦତ୍ତ ସେଠି, ମାର୍କଣ୍ଡ ତରିଆ, ବିଶ୍ବଜିତ୍ ବିଦ୍ୟାଧର, ମୁନା ପାଣ୍ଡେ, ହଳଧର ତରିଆ, ଲାଲୁ ସେଠୀ, ବିବେକ ସେଠୀ, ବଳରାମ ତରିଆ, ରାମେଶ୍ବର ତରିଆ, ସିଦ୍ଧାନ୍ତ ସାହୁ, ରମେଶ ତରିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ଅକ୍ଟୋବର ୧୪ ତାରିଖରୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଟି ଆଳତି ହେବ ଓ ୧୯ ଅକ୍ଟୋବର ରୁ ୨୪ ଅକ୍ଟୋବର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ପାଞ୍ଚଟି ଲେଖାଏଁ ପାଞ୍ଚ ଦିନ ମହାଆଳତି ରହିବ । ତେଣୁ ଏଥିରେ ସୋନପୁରବାସୀ ଉପସ୍ଥିତ ରହି ସହଯୋଗ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.