ମହାମାୟାରେ ଭିନ୍ନ ଢଙ୍ଗରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସୁନସୁନିଆ ଠାରେ ମହାମାୟା କଲେଜ ପକ୍ଷରୁ ଭିନ୍ନ ଢଙ୍ଗରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ମହାମାୟା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ `ଏକ କଦମ ସ୍ବଚ୍ଛତା କି ଓର´ ଅନୁଷ୍ଠିତ ହୋଇଯାଇଛି । ତେବେ ମହାମାୟା ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର ମାନେ ପ୍ରଥମେ ମଶାଲ ଶୋଭାଯାତ୍ରାରେ ବାହାରି ନିକଟରେ ଥିବା ଦର୍ଲିମୁଡ଼ା ଗାଁକୁ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ବାର୍ତ୍ତାକୁ ନେଇ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ଏକ ନାଟକ (ଷ୍ଟ୍ରି ସୋ) ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ମହାମାୟା କଲେଜ ପ୍ରିନ୍ସପାଲ ଆସିକି ରେହମାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ଚେୟାରମେନ ସତ୍ୟ ଭୂଷଣ ସାହୁ, ନୂଆପଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର, କଲେଜ ଏ.ଓ ବିଜୟ ରାଉତ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ସଫେଇକୁ ଗୁରୁତ୍ୱ ଦେବା ଭଳି ମେସେଜ ଦେଉଥିବାର ଭିନ୍ନ ଭିନ୍ନ ରଙ୍ଗୋଲି ପ୍ରଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା | ପରେ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନ ନୃତ୍ୟ ସବୁ ପ୍ରଦର୍ଶନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ କଲେଜର ବୋଟନୀ ଅଧ୍ୟାପିକ ମଧୁସ୍ମିତା ନାୟକ, ଇଂରାଜୀ ଅଧ୍ୟାପିକା ମୋନାଲିସା ନାୟକ, ହିନ୍ଦୀ ଅଧ୍ୟାପିକା କିରଣ ଅଗ୍ରୱାଲ, ଓଡ଼ିଆ ଅଧ୍ୟାପିକା ସୁପ୍ରଭା ବାଗ, କେମେଷ୍ଟ୍ରି ଅଧ୍ୟାପିକା ରୁଚି ପ୍ରଭା ଦଣ୍ଡସେନା ଏବଂ କଲେଜ କତୃପକ୍ଷ ଅଭିଷେକ ସିଂ, ରାମ ପ୍ରସାଦ ବଂଛୋର, ପ୍ରତ୍ୟୁଷ ସାହୁ ପ୍ରମୁଖ ବିଶେଷ ଭାବେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.