ଝରବାହାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଏମଡିଏମ ଟଙ୍କା ଆତ୍ମସାତ ଅଭିଯୋଗ; ତଦନ୍ତ ପରେ ମଧ୍ୟ ଶିକ୍ଷା ବିଭାଗ ନୀରବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍କୁଲ କମିଟି ସଭାପତି ଉଭୟ ମିଶି ମଧ୍ୟାହ୍ନ ଭୋଜନ ବାବଦରେ ଆସି ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ସଇଁତଲା ବ୍ଲକ ଶିକ୍ଷା ବିଭାଗ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ହେଲେ ଘଟଣାର ତଦନ୍ତ କରି ଫେରି ଆସିଥିଲେ ମଧ୍ୟ ପ୍ରଶାସନ କୋଣସି ପଦେକ୍ଷପ ଗ୍ରହଣ କରୁ ନ ଥିବା ସାଧାରଣ ଅସନ୍ତୋଷ ପ୍ରକାଶ ପାଉଛି l ଆଗାମୀ ଦିନରେ ଗ୍ରାମବାସୀ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ଦେବା ପାଇଁ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି l ପ୍ରକାଶ ଯେ , ଏହି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତି ଗତ ୪ ଜୁଲାଇ ୨୦୨୩ ରେ ୫୦ ହଜାର ଟଙ୍କା ଉଠାଣ କରିଥିଲେ l ଏହାପରେ ୪ ଅଗଷ୍ଟ ମାସରେ ମଧ୍ୟ ୫୦ ହଜାର ଟଙ୍କା ପୁଣି ଉଠାଣ କରିଥିଲେ l ଏଥିରେ ବିଦ୍ୟାଳୟର ଏମଡିଏମ ଟଙ୍କା ସମୁଦାୟ ୧ ଲକ୍ଷ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ରହିଥିବା ବେଳେ ୨୪୬ ଜଣ ଛାତ୍ରୀଛାତ୍ର ରହିଛନ୍ତି ହେଲେ ପ୍ରଧାନ ଶିକ୍ଷକଙ୍କ ସହ ୭ ଶିକ୍ଷକ ରହିଛନ୍ତି l ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ତଦନ୍ତ କରାଯାଇଛି l ଘଟଣା ସମ୍ପର୍କରେ କାଯ୍ୟ ଦର୍ଶାଅ ନୋଟିସ ଦିଆଯିବ ଓ କାଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ l ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ କମିଟି ସଦସ୍ୟ ରାଧେଶ୍ୟାମ ନାଏକ, ଅକ୍ଷୟ ଘିଭେଲା, ୱର୍ଡ ମେମ୍ବର ମାଧବୀ କଲେତ, ବନମାଳୀ ବଗର୍ତି, ସୁରୁବାଲି ନାଗ, ଯୁବରାଜ ବଗର୍ତି, ଚାମ୍ପେଶ୍ୱର ବଗର୍ତି, ବୀର ବଗର୍ତି ଓ କୁଞ୍ଜବିହାରୀ ବଗର୍ତିଙ୍କ ସମେତ ସ୍କୁଲ କମିଟି ଓ ଗ୍ରାମବାସୀ ଦାବୀ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.