ଆବର୍ଜନା ପାଇଁ କଡ଼ା ନିୟମ : ଏହି ୫ଟି ଜିନିଷ ଅଳିଆଗଦାରେ ପକାଇଲେ ହେବ ଜେଲ

ଲୋକସଂଖ୍ୟା ବୃଦ୍ଧି ସହିତ ଆମର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେଉଛି । କିନ୍ତୁ ଏହି ସାମଗ୍ରୀ ଯେତେବେଳେ ବର୍ଜ୍ୟବସ୍ତୁ ପାଲଟୁଛି ତାର ପରିଚାଳନା ଏବେ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ପୁରୁଣା ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ସଠିକ ପରିଚାଳନା ହୋଇ ପାରୁ ନ ଥିବାରୁ ଧୀରେ ଧୀରେ ଏହା ପରିବେଶକୁ ପ୍ରଭାବିତ କରୁଛି, ଯାହା ଆଗକୁ ମାରାତ୍ମକ ରୂପ ନେଇପାରେ । ତେବେ ଆମେରକିାର କାଲିଫର୍ଣ୍ଣିଆ ରେ ଅଳିଆ ଆବର୍ଜନା ପାଇଁ କଡା ଆଇନ ପ୍ରସ୍ତୁତ କରାଯାଇଛି । ଯଦି କେହି ଏହି ନିୟମ ନ ମାନନ୍ତି ତେବେ ସେହି ତାଙ୍କୁ ଜରିମାନା କିମ୍ବା ଜେଲ ମଧ୍ୟ ଯିବାକୁ ପଡିବ । ପ୍ରତିଟି ଘରେ ସହଜରେ ମିଳିଯାଉଥିବା ଏହି ୫ଟି ଜିନିଷ ଯଦି ଅଳିଆ ଭାବି ଆପଣ ପକାଇ ଦିଅନ୍ତି ତେବେ ଆପଣଙ୍କୁ ଜେଲ ହେବାର ନିୟମ ହୋଇଛି । ସେଗୁଡ଼ିକ ମଧ୍ୟରେ ପ୍ରଥମେ ରହିଛି ବ୍ୟାଟେରୀ । ରିମୋଟ, ଘଣ୍ଟା, ଖେଳନା ଇତ୍ୟାଦିରେ ବ୍ୟବହୃତ ବ୍ୟାଟେରୀକୁ କେବେବି ଅଳିଆଗଦାରେ ପକାନ୍ତୁ ନାହିଁ । କାରଣ ଏହିପରି ଅନେକ ଜିନିଷ ଇ-ଆବର୍ଜନାର ଅଂଶ, ଯାହା ପରିବେଶ ପାଇଁ ବହୁତ କ୍ଷତି କରିଥାଏ । ଏଗୁଡିକର ରାସାୟନିକ ପଦାର୍ଥ ବାହାରକୁ ଆସି ମାଟି ଏବଂ ଜଳକୁ ପ୍ରଦୂଷିତ କରିଥାଏ । ସେହିପରି ଟିଭି କିମ୍ବା କମ୍ପ୍ୟୁଟରକୁ ଅଳିଆଗଦାରେ ପକାଇବାକୁ ବାରଣ କରାଯାଇଛି । ପ୍ଲାଷ୍ଟିକ, ସର୍କିଟ, ସର୍କିଟ ବୋର୍ଡ, ଗ୍ଲାସ, ଧାତୁ ଭଳି ଅନେକ ଜିନିଷ ପୁରୁଣା ଟିଭି କିମ୍ବା କମ୍ପ୍ୟୁଟରରେ ରହିଛି । ଯେଉଁଥିପାଇଁ ପରିବେଶ ନଷ୍ଟ ହୋଇପାରେ । ତେବେ ଏହି ଦୁଇଟି ଜିନିଷକୁ ଅଳିଆଗଦାରେ ପକାଇବା ନିଷେଧ । ଭୁଲ କରୁଥିବା ବ୍ୟକ୍ତିଙ୍କୁ ୧୦୦ଡଲାର ଅର୍ଥାତ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ତାହାପରେ ରହିଛି ସ୍ମାର୍ଟଫୋନ କିମ୍ବା ଟାବଲେଟ । ପୁରୁଣା ସ୍ମାର୍ଟଫୋନ କିମ୍ବା ଟାବଲେଟରେ ଥିବା ବିଷାକ୍ତ କିମ୍ବା ଜ୍ୱଳନ୍ତ ପଦାର୍ଥ ପରିବେଶକୁ ଦୂଷିତ କରିଥାଏ ।ଏହାଦ୍ୱାରା କେତେକ ସ୍ଥାନରେ ନିଆଁ ଲାଗିଯାଏ । ତେବେ ଏହାକୁ ଅଳିଆଗଦାରେ ପକାଇଲେ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ସେହିପରି ଯାନରେ ପଡୁଥିବା ତେଲ ମଧ୍ୟ ପରିବେଶ ପାଇଁ ବିପଦଜ୍ଜନକ ଅଟେ । ପଶୁମାନଙ୍କ ସହ ଏହା ଗଛ ଏବଂ ଉଦ୍ଭିଦକୁ କ୍ଷତି ପହଞ୍ଚାଇ ଥାଏ । ଆମେରିକାର ନିୟମ ଅନୁଯାୟୀ, ଯଦି କେହି ଏହି ତେଲକୁ ଅଳିଆଗଦାରେ ପକାନ୍ତି, ତେବେ ତାଙ୍କୁ ୫୦ ହଜାର ଡଲାର ଅର୍ଥାତ୍ ୪୧ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ କାରାଦଣ୍ଡ ହୋଇପାରେ । ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ମାଇକ୍ରୋୱେଭ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଅନେକ ସ୍ଥାନରେ ଏହାକୁ ଇ-ଆବର୍ଜନା ଭାବରେ ବିବେଚନା କରାଯାଏ । ଏହାକୁ ଅଳିଆଗଦାରେ ପକାଇଲେ ଜରିମାନା ଦେବାକୁ ପଡିଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.