କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ଶିଳ୍ପୀଗ୍ରାମ ଫାସୁଳା ଓ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପରିଦର୍ଶନ

ଦ୍ରୁତଗାମୀ ରେଳ ରହଣି ପାଇଁ ବରିଷ୍ଠ ନାଗରିକ ମଞ୍ଚ ଓ ପ୍ରେସ କ୍ଲବର ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): କେନ୍ଦ୍ର ରେଳ ଓ ହସ୍ତତନ୍ତ୍ର ବିଭାଗ ମନ୍ତ୍ରୀ ଦର୍ଶନା ଜରଦୋଶ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଖଲ୍ଲିକୋଟ ଆସି ଓଡିଶାର ଦ୍ୱିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଖଲ୍ଲିକୋଟ ରେଳ ଷ୍ଟେସନଠାରେ ସମସ୍ତ ଦ୍ରୁତଗାମୀ ରେଳ ରହଣି ଦାବିରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡାକ୍ତର ହରପ୍ରସାଦ ମହାପାତ୍ର ଓ ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଓ ଖଲ୍ଲିକୋଟ ପ୍ରେସ କ୍ଲବଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ଶିଳ୍ପୀଗ୍ରାମ ଫାସୁଳା ଯାଇ ସେଠାରେ ମା ମାଟି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରିଥିବା ବେଳେ ସେଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଶିଳ୍ପୀମାନେ ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ। ପରେ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ପଥର ଖୋଦେଇ କମ ଓ ମହିଳାମାନଙ୍କ ଦ୍ୱାର| ପ୍ରସ୍ତୁତ କତା କାରିଗରମାନଙ୍କ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀଙ୍କ ସହ ବିଜେପି ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ମହେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାଶ ଓ ଏନଏସି ସଭାପତି ଶଙ୍କର ପ୍ରସାଦ ନାହାକ, ଅନିତା ଶୁଭଦର୍ଶନୀ, ଅଯୋଧ୍ୟା ମହାପାତ୍ର, ସଞ୍ଜୟ ଘୋଷ, ବିନାୟକ ତ୍ରିପାଠୀ, ନୀଳମଣି ବିଷୋୟୀ ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.