ଜୟପାଟଣା ବ୍ଲକ ୨-ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବା ପାଇଁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି, ଏହା ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ଆଜି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ବରେ ଜୟପାଟଣା ବ୍ଲକ ଉଚ୍ଛଳା ଗ୍ରାମ ପଞ୍ଚାୟତରେ ମାଁ ଡୋକୋରୀ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ଏହି ପଦଯାତ୍ରା ବଡ଼ ପୁଝାରୀ ଗ୍ରାମ ପଞ୍ଚାୟତର ଧାନ ମଣ୍ଡିରେ ପହଞ୍ଚିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମଣ୍ଡି ଠାରେ ପହଞ୍ଚିବା ପରେ ଏକ ସଭା ଜୟପାଟଣା ବ୍ଲକ ବିଜେଡି ସଭାପତି ମିନକେତନ ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପୂର୍ବତନ ବିସିସିବି ସଭାପତି ଜିତେନ୍ଦ୍ର ନାରାୟଣ ସିଂହ ଦେଓ, ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ଅଗ୍ରୱାଲ, ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ବିଭିନ୍ନ ଗ୍ରାମ ପଞ୍ଚାୟତ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଉଚ୍ଛଳା ଗ୍ରାମ ପଞ୍ଚାୟତ ସଭାପତି ଚକ୍ରଧର ନାଏକ, ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଦୃବ ଚରଣ ସାହୁ, ଜୋନ୍ ସ୍ତରୀୟ ସଭାପତି ମଙ୍ଗନିଆ ଧଙ୍ଗଡା ମାଝୀ, ତିନି ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଦିଳିପ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।

Udyog Nursery
Udyogi Nursery

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ସବୁ ଆଶା ଆକାଂକ୍ଷା ପୂରଣ ନିମନ୍ତେ ସବୁ ସମୟରେ ଜାରି ରଖିଛନ୍ତି। ଦଳର କର୍ମକର୍ତ୍ତା ତଥା ଗାଁ ରୁ ସହର ସବୁଠି ଲୋକଙ୍କ ସେବାରେ ନିୟୋଜିତ ଅଗଣିତ କର୍ମୀ ମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମ ତଥା ତ୍ୟାଗ ଯୋଗୁଁ ବିଜେଡି ଲୋକଙ୍କ ନିକଟତର ହୋଇ ପାରିଛି ବୋଲି ବିଧାୟକ ତାଙ୍କର ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି। ଏହି ଜନସମ୍ପର୍କ ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ସଭା ଶେଷରେ ବ୍ଳକ ବିଜେଡି ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.