ନିତାଇ ଚୈତନ୍ୟ ସଂକୀର୍ତ୍ତନ ସଂଘର ନୁଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମସ୍ତ ସଂକୀର୍ତ୍ତନ କଳାକାର ମାନଙ୍କୁ ଭାତୃତ୍ୱ ଭାବ ରେ ବାନ୍ଧିବାକୁ ନେଇ ଆଜି କୋକସରା ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ଏକ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ କୋକସରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଆୟୋଜିତ ହୋଇଛି l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌସଧି ବାଗ, ମୁଖ୍ୟବକ୍ତା ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଯୁବ ମୋର୍ଚ୍ଚା ସଭାପତି କଳାହାଣ୍ଡି ବିଜୟଦେବ ସାହୁ, ବିଜେପି ଜିଲ୍ଲା ବରିଷ୍ଠ କାର୍ଯ୍ୟକର୍ତ୍ତା ଜନାର୍ଦ୍ଦନ ପଣ୍ଡା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଅବସରପ୍ରାପ୍ତ ଧର୍ମଗଡ଼ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ ରଫି୍ୟୁଦିନ ଖାନ, ନୂଆପଡା ଜିଲ୍ଲା ସଂକୀର୍ତନ ବିକାଶ ପରିଷଦ ସଭାପତି ଅଶୋକ କୁମାର ନାୟକ, କଳାହାଣ୍ଡି ଜିଲ୍ଲା ସଂକୀର୍ତନ ସଂଗଠନ ସଭାପତି ଦୁଷ୍ମନ୍ତ କୁମାର ପୁରୋହିତ, ସଂସ୍କାର ଭାରତୀ ସଂଯୋଜକ ହରେକୃଷ୍ଣ ଭୋଇ, ପଶ୍ଚିମପ୍ରାନ୍ତ ସଂସ୍କାର ଭାରତୀ ସଭାପତି ଭବାନୀପାଟଣା ପ୍ରଭାସଚନ୍ଦ୍ର ମିଶ୍ର, କଳମପୁର ବ୍ଲକ ସଂସ୍କାର ଭାରତୀ ସଂଯୋଜକ ନାସିର ମହମ୍ମଦ, କଳମପୁର ବ୍ଲକ ସଂସ୍କାର ଭାରତୀ ସଭାପତି ସତ୍ୟନାରାୟଣ ରାଜପୁତ, ଉପସଭାପତି ଦୟାନିଧି ବାଣୁଆ,ଅଇରୀ ନାଶନ ଚିନ୍ଦା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ମହେଶ୍ୱର ସରାଫ, ଟେଙ୍ଗନୁ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ | ବ୍ଲକ ସଂକୀର୍ତ୍ତନ କଳାକାର ସଂଘର ସଭାପତି ସୁଶୀଲ ପଣ୍ଡା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ହୀରାଲାଲ ସରାପ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ପଞ୍ଚକ ପୋଡ଼ ମଞ୍ଚ ପରିଚାଳନା କରିଥିବା ବେଳେ, କୋଷାଧ୍ୟକ୍ଷ ଗଜିନ୍ଦ୍ର ନାଗ, ସମ୍ପାଦକ ବିଜୟ କୁମାର ପଣ୍ଡା, ଉପସଭାପତି ସୁନୀଲ କୁମାର ପୁରୋହିତ, ସୁଦର୍ଶନ ବେହେରା, ପୁନିଆଁ ନାଗ, ହୃଦାନନ୍ଦ ଗୋପାଳ, ବେଣୁଧର କାଣ୍ଡ, ବିପିନ୍ଦ୍ର ଶବର, ସୁରେଶ ଚନ୍ଦ୍ର ହଂସ, ସାଧୁ ବେମାଲ, ପୂର୍ଣଚନ୍ଦ୍ର ଦାସ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.