ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ ଉଦଘାଟନ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ସରୋଜ ମିଶ୍ର ଚିଠି ନମ୍ବର ୨୪୩୮୯/ତା.୦୫.୧୦.୨୩ରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସମସ୍ତ ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଛନ୍ତି। ଫଳରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ତେବେ ଏନେଇ ଅଞ୍ଚଳବାସୀ ବେସ ଖୁସି ଥିବା ଜଣାପଡ଼ିଛି।