ମୋର୍ଗାନଙ୍କ ମତରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଗେମ୍ ତେଞ୍ଜର ବୁମ୍ ବୁମ୍ ବୁମ୍ରା

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଅନ ମୋର୍ଗାନଙ୍କ ମତରେ ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲାରେ ଯଶପ୍ରୀତ ବୁମ୍ରା ହିଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ। ବୁମ୍ରା ଚଳିତ ଟୁର୍ଣ୍ଣାମେଣ୍ଟରେ ୧୩.୭୧ ହାରରେ ଛଅଟି ଓ୍ୱିକେଟ୍ ନେଇ ଚମତ୍କାର ଫର୍ମରେ ଅଛନ୍ତି। ପେସ୍ ବୋଲରଙ୍କ ମଧ୍ୟରେ ମଧ୍ୟ ତାଙ୍କର ଶ୍ରେଷ୍ଠ ଇକୋନୋମି ରେଟ୍ ୩.୭ ରହିଛି। ବୁମ୍ରା ଖେଳର ବିଭିନ୍ନ ପର୍ଯ୍ୟାୟରେ ଚାପ ସୃଷ୍ଟି କରିବା ସହ ଓ୍ୱିକେଟ୍ ନେବାର ଦକ୍ଷତାକୁ ମୋର୍ଗାନ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ ଭାବୁଛନ୍ତି ଯେ ଭାରତୀୟ ବୋଲିଂ ଲାଇନ୍ଅପରେ ସନ୍ତୁଳନ ଏବେ ପାକିସ୍ତାନଠାରୁ ଭଲ ରହିଛି। ମୁଁ ବୋଧହୁଏ ଭାରତର ବୋଲିଂ ଲାଇନ୍ ଉପରେ ଅଧିକ ଶକ୍ତିଶାଳୀ ଏବଂ ଫର୍ମରେ ଥିବା ଯଶପ୍ରୀତ ବୁମ୍ରାଙ୍କୁ ଠିକ୍ ସମୟରେ ଫେରାଇ ଆଣିଛି। ପ୍ରାୟ ଚାରି ପାଞ୍ଚ ମାସ ପୂର୍ବରୁ, ଯେତେବେଳେ ସେମାନେ ଡବ୍ଲିନରେ ଖେଳୁଥିଲେ ସେ  ମ୍ଯାଚ ଖେଳୁଥିଲେ। ଏବଂ ଏହାପରେ ଯେଉଁଭାବେ ତାଙ୍କ ବୋଲିଂରେ ଉନ୍ନତୀ ହୋଇଛି ତାହାର ଏକମାତ୍ର ଲକ୍ଷ୍ୟ ବିଶ୍ୱକପ ବୋଲି ଜଣାପଡ଼ୁଛି।ସେ ହିଁ କେବଳ ଗେମ୍ ଚେଞ୍ଜର। ଆଫଗାନିସ୍ତାନ ବିପକ୍ଷରେ ଚାରିଟି ୱିକେଟ୍ ନେବା, ଚାପ ସୃଷ୍ଟି କରିବା, ବିଭିନ୍ନ ପର୍ଯ୍ୟାୟରେ ଓ୍ବିକେଟ୍ ନେବ ମୁଁ ଭାବୁଛି ସେ ବୋଧହୁଏ ଉଭୟ ଦଳର ଗେମ୍ ଚେଞ୍ଜର ଏବଂ ଏହା ପାକିସ୍ତାନର ବୋଲିଂ ଲାଇନ୍ ଅପ୍ ବିପକ୍ଷରେ କିନ୍ତୁ ସେଭଳି କୌଣସି ତୁଳନାତ୍ମକ ବୋଲର ନାହାନ୍ତି ବୋଲି ମୋର୍ଗାନ କହିଛନ୍ତି। ତେବେ ଜାଡେଜା, କୁଲଦୀପ, ଶର୍ଦ୍ଦୁାଲ ଠାକୁରଙ୍କ ସହ ଭାରତର ବୋଲିଂ ସନ୍ତୁଳିତ ରହିଛି, ହାର୍ଦ୍ଦିକ ପାଣ୍ଡ୍ୟା ଭଲ ବୋଲିଂ କରିପାରନ୍ତି ବୋଲି ଆଶା ରଖିଛନ୍ତି।ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଲାଗି ରହିଥିବା ବେଳେ ଏହି ମ୍ୟାଚରେ ବୁମ୍ରା ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.