୬୪ ବର୍ଷରେ ରୁପ୍ରାରୋଡ ଦୁର୍ଗାପୂଜା: ମଣ୍ଡପରେ ଚାଲିଛି ଦେବୀ ଆରାଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଦୁର୍ଗା ମଣ୍ଡପରେ ଦେବୀ ଦଶଭୂଜାଙ୍କ ଆରାଧନା ରବିବାର ଠାରୁ ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ଦୁର୍ଗାପୂଜା ଏଥର ୬୪ ବର୍ଷରେ ପଦାର୍ପଣ କରିଛି। ଏନେଇ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ରୁପ୍ରାରୋଡ ଦୁର୍ଗା ପୂଜା କମିଟି ସଭାପତି ରାଧେଶ୍ୟାମ ଖେତାନଙ୍କ ତତ୍ବାବଧାନରେ ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ମା’ଙ୍କ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ବିଜୟ ଅଗ୍ରୱାଲ ଥିବାବେଳେ ମୁଖ୍ୟ ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମା ଏବଂ ଦୁଇ ଜଣ ସହଯୋଗୀ ପୂଜକ ରହିଛନ୍ତି। ଆଲୋକମାଳାରେ ମଣ୍ଡପ ପରିସର ସଜ୍ଜିତ ହୋଇଥିବାବେଳେ ୯ ଦିନ ଧରି ମାଁଙ୍କ ପୂଜା ମହା ଆଡ଼ମ୍ବରରେରେ ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ରହିଛି। କମିଟିର ଅଶୋକ କମାନୀ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ଧିରେନ୍ଦ୍ର ଖେତାନ, ଅନିଲ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ରତନ ଅଗ୍ରୱାଲ, ଦିପକ ମହାନ୍ତି, ଅନିଲ କୁମାର ଅଗ୍ରୱାଲ, ରୁପେ ଅଗ୍ରୱାଲ, ଅମିତ ଶର୍ମା, ନିରଜ ଶର୍ମା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.