ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ମେଗା ରକ୍ତଦାନ ଶିବିର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗଦେଇ ଶିବିରର ଶୁଭ ଉଦ୍ଘାଟନ କରିଥିଲେ । ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କଳାହାଣ୍ଡି ଜିଲ୍ଲା ସଂଯୋଜକ ଅମିତ୍ ଯାଦବଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ନଗରପାଲ ସଂଯୁକ୍ତା ବେହେରାଙ୍କ ସମେତ ଶିବରାମ ପାତ୍ର, ଆଶୁତୋଷ ପୁରୋହିତ, ସୈଳନ୍ଦ୍ରରାଜ, ମୋହନ ଗହୀର, ମାଣିକ୍ୟ ନାଏକ, ପୁଷ୍ପଲତା ନାଏକ, ପରୀକ୍ଷିତ ନାଏକ, ଦେବ ପୂଜାରୀ, ମିନିକେତନ୍ ପୁଜାରୀ, ସୁବାସ ନାଏକ, ରୁପେନ୍ଦ୍ର ଛତ୍ରିଆ, ସୁବାସ ଅଗ୍ରୱାଲ, ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ବିଧାୟକ ଅନାମ ନାଏକ, ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ଦାସ, ଜିଲ୍ଲା ମହିଳା ବିଜେଡ଼ି ସଭାପତି ଲଳିତା ନାଏକ, ଜିଲ୍ଲା ବିଜେଡ଼ି ଉପ-ସଭାପତି ପ୍ରଦୀପ ମୁଣ୍ଡ, ଆସେଶ୍ୱର୍ ବାଗ, ବାବୁଲି ସ୍ୱାଇଁ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ଭବାନୀଶଙ୍କର ମିଶ୍ର, ପ୍ରଶାନ୍ତ ନାଏକ, ଚକ୍ର ସେଠୀ, ସାମନ୍ତ ଖମାରୀ, ଉଦୟ ସୁନାନି, ସୀତାରାମ ନାୟକ ସେନାପତି ନାଏକ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଅଭିଷେକ ମହାପାତ୍ର, ଛାତ୍ର ସଭାପତି ଅଜିତ ସାହୁ, ନଗର ଛାତ୍ର ସଭାପତି ନବୀନ ନାୟକ, ଶ୍ରୀ ଚନଦାନ ନାଏକ, ନଗର ଯୁବ ସଭାପତି ପୀତବାସ ବେହେରା ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।





