ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ରାୟଗଡ଼ା ଜିଲ୍ଲା ବିଦ୍ବତ ପରିଷଦ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଥାନୀୟ ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ରାୟଗଡ଼ା ଜିଲ୍ଲା ବିଦ୍ବତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରର ମୂଖ୍ୟ ବିଷୟବସ୍ତୁ:-“ଭାରତର ସ୍ବ”ଯଥା :-ଭାରତର ପରମ୍ପରା, ଭାରତୀୟ ସଂସ୍କୃତି, ଭାରତୀୟ ସଭ୍ୟତା, ଭାରତୀୟ ଧର୍ମ, ଭାରତୀୟ ଆୟୁର୍ବେଦ ଓ ଭାରତର ବିଜ୍ଞାନର “ସ୍ବ” ବିଷୟରେ ରୁପସିଂ ରାଉତ(ଦକ୍ଷିଣ ସମ୍ଭାଗ ସଭାପତି), ସୁରଥ ଡାକୁଆ (ଦକ୍ଷିଣ ସମ୍ଭାଗ ବିଦ୍ବତ୍ ପରିଷଦ ସମ୍ପାଦକ), ଜିଲ୍ଲା ପ୍ରମୁଖ ନରେନ୍ଦ୍ର ନାୟକ, ମୂଖ୍ୟ ବକ୍ତା ରାୟଗଡ଼ା ଖଣ୍ଡ ସଂଘଚାଳକ ହରିହର ଖମାରୀ, ବିଦ୍ୟାଳୟ ସଭାପତି ହରିଶ ଚନ୍ଦ୍ର ଦାସ, ବିଦ୍ୟାଳୟ ବିଦ୍ବତ୍ ପରିଷଦ ସଭାପତି ରାମକୃଷ୍ଣ ସାହୁ, ସମ୍ପାଦକ ପ୍ରଦୀପ କୁମାର ତ୍ରିପାଠୀ, ସଂଯୋଜକ ରମେଶ କୁମାର ନନ୍ଦ ମଞ୍ଚାସୀନ ରହି ଏହି ବିଷୟ ସମୂହ ଉପରେ ଆଲୋକପାତ କରିଥିଲେ । ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର କ୍ଷେତ୍ରୀୟ ଅଧିକାରୀ ଯୋଗେଶ କୁମାର ଦାଶ, ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ଉପସଭାପତି ପ୍ରଫୁଲ୍ଲ କୁମାର ପାତ୍ର, କୃଷକ ସଂଘର ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ ରଜତ କୁମାର ମାଦଳା, ବିଜେପି ପ୍ରାନ୍ତ କାର୍ଯ୍ୟ କାରିଣୀ ଉପଦେଷ୍ଟା କାଳୀରାମ ମାଝୀ, ବିଦ୍ୟାଳୟର ପୂର୍ବତନ ସଭାପତି ହୃଦୟାନନ୍ଦ ପଣ୍ଡା, ସଂକୁଳ ପ୍ରମୁଖ ରମେଶ କୁମାର ସାହୁ, ତଥା ସମୟଦାନୀ କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ଦାଶ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ବୁଦ୍ଧିଜୀବୀ ମହଲରୁ ଜଗଦୀଶ ଦୋରା, ଇଶ୍ଵର ଚନ୍ଦ୍ର ନାୟକ, ଭାଗୀରଥି ଶତପଥି, ରମେଶ ଚନ୍ଦ୍ର ଗୈ।ଡ଼ଙ୍କ ସମେତ ସମୁଦାୟ ୯୨ ଜଣ ବୁଦ୍ଧିଜୀବୀ ଏହି ଆଲୋଚନା ଚକ୍ରରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ସଂଜୀବ କୁମାର ଦାସ, ସଦସ୍ୟା ପ୍ରଣିତା ନାୟକ, ବବିତା ମାଣ୍ଡାଙ୍ଗି, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ତଥା ସମସ୍ତ ସେବିକା, ତଥା ଦୁଇଟି ସଂକୁଳର ପ୍ରଧାନ ଆଚାର୍ଯ୍ୟ ତଥା ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟର ବିଦ୍ବତ୍ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁ-ପରିଚାଳନାରେ ସହଯୋଗୀ ହୋଇଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ଓ ବିଦ୍ୟାଳୟର ସମ୍ପାଦକ ଡକ୍ଟର ସୁନୀଲ ପ୍ରସାଦ ମହାପାତ୍ର ବିଶେଷ ବ୍ୟବସ୍ଥାପକ ରୂପେ ଅଂଶୀଦାର ଥିଲେ । ଏହିଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ପ୍ରତିଭାଗୀ ଭୂୟସୀ ପ୍ରଶଂସା ଓ ଅଭିଭାଦନ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.