ମେରା ମିଟ୍ଟି ମେରା ଦେଶ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଅମୃତ କଳସ ଯାତ୍ରା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ମହାଭାରତ ପଡ଼ିଆ ଠାରେ ବ୍ଲକସ୍ତରୀୟ ମେରା ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ସର୍ଵ ମଙ୍ଗଳା ମନ୍ଦିର ଠାରୁ ପୂଜାର୍ଚ୍ଚନା ପରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇ ଶୋଭାଯାତ୍ରାରେ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ମହାଭାରତ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଗୋଲାମୁଣ୍ଡା ଥାନା ଏଏସ୍ଆଇ ହେମନ୍ତ ହରିଜନ ମୁଖ୍ୟ ଅତିଥି, ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମୁଖ୍ୟ ବକ୍ତା, ଶିକ୍ଷକ ସୁଶାନ୍ତ କୁମାର ମଙ୍ଗରାଜ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗୋଲାମୁଣ୍ଡା ପଞ୍ଚାୟତ ପିଇଓ ପୁରୁଷୋତ୍ତମ ମାଝୀ, ଭାରତ ସ୍କାଉଟ୍ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦେଶର ଏକତା ଓ ସଂହତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୋଲାମୁଣ୍ଡା ଗ୍ରାମର ଅବସରପ୍ରାପ୍ତ ଯବାନ୍ ତୁଳସୀ ରାମ ମାଝୀଙ୍କୁ ସମ୍ମାନୀତ କରାଯାଇଥିଲା ଓ ରାଷ୍ଟ୍ର ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୃନ୍ଦାବାହାଲ୍ ଗ୍ରାମର ସହିଦ୍ ଯବାନ୍ ବିଜେନ୍ଦ୍ର ନାଥ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରା ଯାଇଥିଲା। ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ। ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ଵେଚ୍ଛାସେବୀ ରାହୁଲ ତାଣ୍ଡି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ସମୀର ସାହୁ, ହେମନ୍ତ ବୋଡ଼କିଆ, ସୁନୀଲ ମହାନନ୍ଦ, ରାଜୁ ମହାନନ୍ଦ ଓ ଉମେଶ ସରାଫ୍ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଭାରତ ସ୍କାଉଟ୍ ଗାଇଡ ସ୍ଵେଚ୍ଛାସେବୀ, ଗୋଲାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗୋଲାମୁଣ୍ଡା ୟୁଥ୍ କ୍ଳବର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.