ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ତତ୍ୱାବଧାନରେ ଆଜି ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝୀ ସାଂସ୍କୃତିକ ଭବନଠାରେ ବ୍ଲକ ସ୍ତରୀୟ ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜୁନାଗଡ଼ ଏନଏସସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ପଦ୍ମଶ୍ରୀ ପଟାୟତ ସାହୁ, ଅଶୋକ ପଟ୍ଟନୟକ, ଦିବ୍ୟ ଦୀପ, ମନୋଜ ମେହେର, କାଞ୍ଚନା ବାଗ, ପ୍ରିୟବ୍ରତ ବାଣୁଆ, ଗଣେଶ ନାଏକ ପ୍ରମୁଖ ଯୋଗଦେଇଥିଲେ। ଜୁନାଗଡ଼ର ପଞ୍ଚାୟତ କଲେଜ, ଶ୍ରୀ ଗଣେଶ କଲେଜ ଓ ଅନ୍ୟାନ୍ୟ କଲେଜ ସହ ବ୍ଲକର ବିଭିନ୍ନ କ୍ଲବରୁ ପ୍ରାୟ ୭ସହ ଛାତ୍ର ଛାତ୍ରୀ, କ୍ଲବ ସଦସ୍ୟ ଯୋଗଦେଇଥିଲେ। ସର୍ବ ପ୍ରଥମେ ଜୁନାଗଡ଼ ବ୍ଲକ ପରିସରରୁ ଏକ ରେଲି ବାହାରିଥିଲା। ଏହାକୁ ଜୁନାଗଡ଼ ଏନଏସସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବ୍ଲକରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାଲି ଅନୁଷ୍ଠିତ ହୋଇଥିଲା। ରାସ୍ତାରେ ଯିବା ସମୟରେ ଜନସାଧାରଣ ପ୍ରଦାନ କରୁଥିବା ମାଟି କଲସରେ ଭର୍ତି କରାଯାଉଥିଲା, ଯାହା ଆଗାମୀ ୨୯ ତାରିଖ ଦିନ ଦିଲ୍ଲୀ ଯିବ। ପରେ ରେଣ୍ଡୋ ମାଝୀ ସଂସ୍କୃତି ଭବନରେ ଏକ ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ମାଟିହାଣ୍ଡି ସବୁ ଅତିଥିମାନେ ଗ୍ରହଣ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଟେକଚାନ୍ଦ ହରିଜନଙ୍କ ପରିବାରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନେହରୁ ଯୁବକେନ୍ଦ୍ର ସଂଗଠନର ସଦସ୍ୟ ମମତା ପ୍ରଧାନ, ଯଶୋବନ୍ତ ରଣା, ବୁଲୁ ପ୍ରଧାନ, ମହେନ୍ଦ୍ର ନାଏକ, ହେମ ସାଗର ସାହୁ, ମିଳନ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।