ଉତ୍କଳ ହସ୍ପିଟାଲରେ ପେନ କ୍ଲିନିକ ଆରମ୍ଭ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିସ୍ପେସିଆଲିଟି ଉତ୍କଳ ହସ୍ପିଟାଲଠାରେ ପେନ କ୍ଲିନିକର ଶୁଭାରମ୍ଭ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ମାନେଜିଙ୍ଗ ଡ଼ିରେକ୍ଟର ଡ.ପ୍ରଜ୍ଞାନ ରଞ୍ଜନ ଘଡାଇ, ସିଇଓ ଡାଃ. ଆଶିଷ ଚନ୍ଦ୍ରା, ଏଚଓଡି ଅଙ୍କୋଲୋଜି ଡିପାର୍ଟମେଣ୍ଟର ଡାଃ. ରଞ୍ଜନ କୁମାର ମହାପାତ୍ର, ପେନ ସ୍ପେସିଆଲିଷ୍ଟ ଡାଃ. ମହେଶ କୁମାର ଅଗ୍ରୱାଲ, ପେନ ସ୍ପେସିଆଲିଷ୍ଟ ଡାଃ. ଖୁସବୁ ସିଂ, ଡାଃ. ଅନୁପ ରଣା, ଡାଃ. ଜିତା ମିତ୍ରା, ଡାଃ. ସର୍ବଜିତ ନାୟକ ଏବଂ ଜେନେରାଲ ମାନେଜର ବିଜିନେସ ଡେଭେଲପମେଣ୍ଟ ସୁବାସ ଚନ୍ଦ୍ର ପତି ପ୍ରମୁଖ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ଯନ୍ତ୍ରଣା ହେଲେ ଲୋକ ରୋଗପ୍ରତି ସଚେତନ ହୁଅନ୍ତି ଏବଂ ଡାକ୍ତରଙ୍କ ପାଖକୁ ଯାଆନ୍ତି । ତାପରେ ଡାକ୍ତର ରୋଗ ନିରୂପଣ କରି ଚିକିତ୍ସା କରିଥାନ୍ତି । କିନ୍ତୁ କିଛି ରୋଗରେ ଯେପରିକି କ୍ୟାନସର ରୋଗରେ ବହୁଜଣ ରୋଗୀ ଅତ୍ୟଧିକ ପିଡାର ଶିକାର ହୋଇଥାନ୍ତି । କେତେ ଜଣଙ୍କୁ ଚିକିତ୍ସା ଚାଲିଥିବା ଅବସ୍ଥାରେ, କେତେ ଜଣଙ୍କୁ ଚିକିତ୍ସା ସରିଗଲା ପରେ ମଧ୍ୟ ଖୁବ ଯନ୍ତ୍ରଣା ହୋଇଥାଏ । ବହୁତ ରୋଗୀ ଏମିତି ଥାଆନ୍ତି ଯେଉଁମାନଙ୍କର କ୍ୟାନ୍ସର ଆଡଭାନ୍ସ ଷ୍ଟେଜରେ ଥାଏ ଏବଂସେମାନେ ଅସହନୀୟ କଷ୍ଟ ପାଇଥାନ୍ତି। ସେମାନଙ୍କ ଯନ୍ତ୍ରଣାର ନିରାକରଣ ଜରୁରୀ । ଏବଂ ପ୍ରାୟତଃ ୧୫% କ୍ଷେତ୍ରରେ ଏହା କେବଳ ଉଚିତ ପରାମର୍ଶ ଓ ବଟିକା ଦ୍ଵାରା ଠିକ ହୋଇଥାଏ । ବାକି କିଛିକାଂଶରେ ଚିକିତ୍ସାର ଅନ୍ୟ ପ୍ରାବଧାନ ରହିଛି। WHO କୁହେ “Access to pain relief is basic human right.” ସଂକ୍ଷେପରେ କହିବାକୁ ଗଲେ ପ୍ରତ୍ଯେକ ରୋଗୀଙ୍କ ପାଖକୁ ଯନ୍ତ୍ରଣା ଉପଶମ ଚିକିତ୍ସା ଉପଲବ୍ଧ ହେବା ନିହାତି ଆବଶ୍ୟକ । ଅନେକାଂଶ କ୍ଷେତ୍ରରେ ରୋଗୀଙ୍କ ସମ୍ପର୍କୀୟ ଭାବନ୍ତି ଯେ କ୍ୟାନ୍ସର ଯନ୍ତ୍ରଣାର ଚିକିତ୍ସା ନାହିଁ । ତା’ ଯୋଗୁ ରୋଗୀ ନିଜେ ଓ ସେମାନେ ଉଭୟ କଷ୍ଟ ପାଆନ୍ତି ଓ ହଇରାଣ ହୁଅନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.