ବରାହ ଫାଶରେ ପଡ଼ି ଶିକାରୀର ମୃତ୍ୟୁ ସନ୍ଦେହ: ଶବ ଗାଏବ, ଜଙ୍ଗଲରେ ପୋଲିସ ଓ ବନ ବିଭାଗ ଖୋଜୁଛନ୍ତି ଶବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ କାଳୀଡୁଙ୍ଗୁରିରେ ଜଣେ ବରାହ ଶିକାରୀ ଫାଶ ପଡି ମୃତ୍ୟୁ ଘଟିଥିବା ନେଇ ଅଞ୍ଚଳ ଚର୍ଚ୍ଚା ଜୋର ଧରିଛି l ଖବର ପାଇଁ ପରିବାର ଲୋକେ ଜଙ୍ଗଲକୁ ଯାଇ ଖୋଜା ଖୋଜି କରିଥିବା ବେଳେ ଘଟଣାସ୍ଥଳରୁ ଶବ ଗାଏବ ହୋଇଛି ବୋଲି ବୋଲି ମୃତ ଶିକାରୀଙ୍କ ଶଳା ପୋଲିସ ଆଗରେ କହିଥିବା ବେଳେ ତାଙ୍କ ସ୍ତ୍ରୀ ମୋ ସ୍ୱାମୀ ଜଙ୍ଗଲ ଯାଇ ଫେରି ନାହିଁ ବୋଲି ଥାନା ଅଭିଯୋଗ କରିଛନ୍ତି l ଘଟଣାକୁ ନେଇ ସଇଁତଲା ପୋଲିସ ଓ ବନ ବିଭାଗ ଜଙ୍ଗଲରେ ଖୋଜା ଖୋଜି କରିଥିଲେ ମଧ୍ୟ ଶବ ର କୋଣସି ସନ୍ଧାନ ମିଳିନାହିଁ l ମୃତ ଶିକାରୀଙ୍କ ନାମ ଜବଦୁ ବଗର୍ତି (୪୩) ଗ୍ରାମ କୁମ୍ଭାରୀ ପଞ୍ଚାୟତର ଡୁମେରମୁଣ୍ଡା ବୋଲି ଜଣାପଡିଛି l ପ୍ରକାଶ ଯେ, ଗତ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ସହିତ ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲକୁ ବରାହ ଶିକାର କରିବା ପାଇଁ ଯାଇଥିବା ଅଞ୍ଚଳ ଚର୍ଚ୍ଚା ହେଉଛି l ଏହି ସମୟରେ ପୂର୍ଵରୁ ଅନ୍ୟ ଜଣେ ଶିକାରୀ ବରାହ ପାଇଁ ଫାଶ ଲଗାଇଥିଲେ l ଏହି ସମୟରେ ଜବଦୁ ବରାହ ଫାଶ ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ଚର୍ଚ୍ଚା ହେଉଛି l ଘଟଣା ସମ୍ପର୍କରେ ଖବର ପାଇଁ ପରିବାର ଲୋକେ ପର ଦିନ ଅର୍ଥାତ ଆଜି ଭୋର ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ l କିନ୍ତୁ ଘଟଣାସ୍ଥଳରେ ଶବ ଗାଏବ ହୋଇଯାଇଛି ବୋଲି ଜବଦୁର ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲା l ଅନ୍ୟପଟେ ଜବଦୁ ର ପତ୍ନୀ ଡାଳିମ୍ବ ବଗର୍ତି ମୋ ସ୍ୱାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତି ଘରକୁ ଫେରି ନ ଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଥିଲେ l ଘଟଣାକୁ ନେଇ ପୋଲିସ ଏସଆଇ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଲଷ୍ମଣ ମହାନ୍ତି, ଟିମ ଓ ବନ ବିଭାଗ ତରଫରୁ ଫରେଷ୍ଟର ଆସୁତୋଷ ମହାକୁଡ଼ ଓ ଫରେଷ୍ଟ ଗାର୍ଡ ସତ୍ୟନାରାୟଣ ପ୍ରଧାନ ଓ ପାରା ଫରେଷ୍ଟ ଷ୍ଟାପ ପହଂଚି ଜଙ୍ଗଲ ଭିତକୁ ପଶି ଦୀର୍ଘ ସମୟ ଧରି ଖୋଜା ଖୋଜି କରି ଥିଲେ ମଧ୍ୟ କୋଣସି ସନ୍ଧାନ ମିଳି ନ ଥିବା ବନ ବିଭାଗ ସୂଚନା ଦେଇଥିଲେ l ଏ ନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଙ୍କୁ ପଚାରିବାରୁ ବିଭିନ୍ନ ଦିଗକୁ ନେଇ ଖୋଡ଼ତାଳ ଆରମ୍ଭ ଚାଲିଛି ବୋଲି ପ୍ରକାଶ କରିଥିଲେ l ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଆଣି ପଚରାଉଚର ଚଳାଇଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.