ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର ଦ୍ଵିତୀୟ ଦିନରେ କମିଟିର ପୂର୍ଵତନ କର୍ମକର୍ତ୍ତା ହେଲେ ସମ୍ବର୍ଦ୍ଧିତ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ଦ୍ଵିତୀୟ ଦିନରେ କମିଟିର ପୂର୍ବତନ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଛି l ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ l ଏହାର ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ରାବଣ ଦରବାର ଚାଲିଛି l ମହାରାଜ ରାବଣ ଙ୍କ ନିର୍ଦେଶରେ ସହର ଅଞ୍ଚଳ ଚଳଞ୍ଚଳ ହୋଇପଡିଛି l ଏହି ଦରବାର ଆଉ 3 ଦିନ ଧରି ଚାଲିବ l ଏହା ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ପ୍ରବଳ ଜନ ଗହଳି ଉତ୍ସାହ ପରିଲକ୍ଷିତ ଦେଖାଦେଇଛି l ଏହି ପରିପେକ୍ଷୀରେ ସହରର ଦୁର୍ଗା ପୂଜା କମିଟିର ପୂର୍ଵତନ କର୍ମକର୍ତ୍ତାମାନଙ୍କୁ ରାଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି l ଏଥିରେ କମିଟି ପୂର୍ଵତନ ସମ୍ପାଦକ ସୁବାଷ ରଥ, ଝସକେତନ ମନହିରା, ସୂର୍ଯ୍ୟ ଶତପଥି, ନିମାଇ ସ୍ୱାଇଁ, ଅସୀମ ବେହେରା, ବିଜୟ ରଥ, ଶେଷଦେବ ଯାନୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l ଶେଷରେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.