ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶିଷ ଭିକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଲିଛି ପାର୍ବଣର ଋତୁ । ମା ଜଗଜ୍ଜନନୀ ଦୁର୍ଗା ଧରା ପୃଷ୍ଠରେ ପୂଜା ପାଉଛନ୍ତି। ଆଜି ପବିତ୍ର ବିଜୟା ଦଶମୀ । ମା ଦୁର୍ଗାଙ୍କ ପୀଠରେ ପୂର୍ଣ୍ଣହୂତି ପଡିସାରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଦୁର୍ଗାପୂଜା ବୁଲି ଦୁର୍ଗା ମାଆଙ୍କ ଦର୍ଶନ କରିବା ସହିତ ପରିଚାଳନା କମିଟି ସଦସ୍ୟଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର । ଏହି କ୍ରମରେ ମଦନପୁର ରାମପୁର ନବ ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ନର୍ଲା ବ୍ଳକ ଅନ୍ତର୍ଗତ ଶାନ୍ତପୁର ପଞ୍ଚାୟତର ଦୁର୍ଗା ମଣ୍ଡପ ଯାଇ ଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ କରିବା ସହ ଦୁର୍ଗାପୂଜା କମିଟି ସଦସ୍ୟଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ସୋମବାର ମହା ନବମୀର ମଧ୍ୟରାତ୍ରିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତର ଦୁର୍ଗା ମଣ୍ଡପ ଯାଇ ଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ କରିବାସହ ଦୁର୍ଗାପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ଠାକୁର। ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଳକ ଡୁକେରମାଳ ଦୁର୍ଗାପୂଜା କମିଟି ତରଫରୁ ଆୟୋଜିତ ମହାରାଜା କଂସଙ୍କ ଦରବାର ଉତ୍ସବରେ ସେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜଗତଜନନୀ ମାଁ ଦୂର୍ଗାଙ୍କ ଆଶୀର୍ବାଦ ନେବାସହ ଦୁର୍ଗାପୂଜା କମିଟି ଏବଂ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଥିଲେ। ଏହି କ୍ରମରେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଶ୍ରୀ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ଦୁର୍ଗାପୂଜା ସ୍ଥଳି ଗୁଡିକ ବୁଲି ଦୁର୍ଗା ମାଙ୍କ ଆଶିଷ ଭିକ୍ଷା କରିବା ସହ ପୂଜା କମିଟି ସଦସ୍ୟଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପୂଜା କମିଟି ଗୁଡିକ ତରଫରୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦାନ କରି କଳାକାର ଓ କମିଟି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.