ପାଣ୍ଡିଆନଙ୍କ ନୂତନ ଦାଇତ୍ୱ : ସରଗରମ ରାଜନୈତିକ ପାଣିପାଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ତୃଣମୂଳ ସ୍ତରରୁ ନିଜ ନିଜ ଦଳକୁ ମଜଭୁତ କରିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ। ପୂର୍ବରୁ ବିଜେପି ଓ କଂଗ୍ରେସ ଫାଇବ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ ଆରୋପ ଲଗାଇ ଆସୁଥିବାବେଳେ ଶ୍ରୀ ପାଣ୍ଡିଆନ ଅକ୍ଟୋବର ୨୩ରେ ସରକାରୀ ଚାକିରୀରୁ ସ୍ବେଛାକୃତ ଅବସର ନେଇ ଆଜି (୨୪ ଅକ୍ଟୋବର) ନବୀନ ଓଡିଶା ଓ ଫାଇବ୍-ଟିର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ଗତ ୨୦ ତାରିଖରେ ସେ ଭିଆରଏସ ପାଇଁ ଆବେଦନ କରିଥିଲେ। ଦଶହରା ଛୁଟି ଥିବା ସତ୍ତ୍ୱେ ଆବେଦନ ପାଇବାର ମାତ୍ର ତିନି ଦିନ ମଧ୍ୟରେ ତାଙ୍କ ଦରଖାସ୍ତକୁ  ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ କେନ୍ଦ୍ରର ବିଜେପି ସରକାର। ଶେଷରେ ଭିଆରଏସ୍ ମିଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଜେଡି ସରକାରଙ୍କ ଦ୍ଵାରା କ୍ୟାବିନେଟ୍ ପାହ୍ୟାରେ ତାଙ୍କୁ ରାଜନୈତିକ ନିଯୁକ୍ତି ମିଳିଛି। ଏସବୁ ଘଟଣା କ୍ରମ ବିରୋଧୀ ମହଲରେ ବେଶ ଆଲୋଚନାର ଖୋରାକ ଯୋଗାଇ ଥିବା ବେଳେ ଶାସକ ଦଳର କେତେକ ପୁରୁଖା ନେତା ମଧ୍ୟ କଥାଟାକୁ ସହଜେ ହଜମ କରି ପାରୁନଥିବା ଜଣାପଡିଛି। ତେବେ ବିଜେଡ଼ିର ତୃଣମୂଳ ସ୍ତରର କର୍ମୀମାନେ ଏନେଇ ବେଶ୍ ଉତ୍ସାହିତ ରହିଥିବା ଦେଖାଯାଇଛି। ଆଗକୁ ପାଣ୍ଡିଆନ କେଉଁ ଭୂମିକା ନିଭାଇବେ ତାହା ଭିନ୍ନ କଥା କିନ୍ତୁ ତାଙ୍କ ନୂତନ ନିଯୁକ୍ତିକୁ ନେଇ କଳାହାଣ୍ଡି, ନର୍ଲା ନିର୍ବାଚନ ମଣ୍ଡଳୀ ସହ ସାରା ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.