ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମ ପଂଚାୟତର ଗୋହୀରାପଦର ଗ୍ରାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ପୂଜା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ସଭାପତି ଖୁଲୁରାମ ସାହୁ(ଲିଲୁ)ଙ୍କ ନେତୃତ୍ବରେ ଶନିବାରରୁ ଚାଲିଛି ଐଶ୍ବର୍ଯ୍ୟର ଦେବୀଙ୍କ ଆରାଧନା । ବୁଧବାର ଦିନ ସକାଳେ ପୂର୍ଣ୍ଣହୂତି ପଡିବା ସହ ଅପରାହ୍ନ ୪ ଟା ବେଳେ ବିସର୍ଜନ ପର୍ଵ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂତ୍ରରୁ ଜଣାପଡ଼ିଛି। ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ଗ୍ରାମ ମଧ୍ୟସ୍ଥ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ହୋଇଛି । ଶନିବାର ଦିନରୁ ଗଜଲକ୍ଷ୍ମୀ ପୂଜନ ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି । ଏହି କ୍ରମରେ ସୋମବାର ରାତିରେ ଟିଟିଲାଗଡ଼ ଜେ ଏସ ଆର ଡ୍ୟାନ୍ସ ଗୃପର ଡ୍ୟାନ୍ସ ପରିବେଷିତ ହୋଇଥିଲା । ପ୍ରାରମ୍ଭ ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତାପାର୍ଟିର ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶାନ୍ତପୁରର ପୂର୍ବତନ ସରପଞ୍ଚ ତଥା ଗଜଲକ୍ଷ୍ମୀ ପୂଜା କମିଟିର ବରିଷ୍ଠ ମାର୍ଗଦର୍ଶକ ଟିକେଧର ସାହୁ ମଞ୍ଚ ସଂଯୋଜନା କରିଥିଲେ । ଶାନ୍ତପୁର ଗ୍ରାମ ପଂଚାୟତର ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି ସହଯୋଗ କରିଥିଲେ । ଗୋହୀରାପଦର ଗଜଲକ୍ଷ୍ମୀ ପୂଜା କମିଟିର ସମ୍ପାଦକ କୁମ ଗୌଡ଼, ବରିଷ୍ଠ ସଦସ୍ୟ ମାନଙ୍କ ମଧରେ ଅବନୀ ସାହୁ, ରାଜା ସାହୁ, ଉପେନ୍ଦ୍ର ସାହୁ, ପରମାନନ୍ଦ ସାହୁ, ଚନ୍ଦ୍ର ଗୌଡ଼, ଆକାଶ ସାହୁ ପ୍ରମୁଖ ପୂଜା ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ପୂଜା ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।






