ନର୍ଲା ଗଜଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୁତି ପଡିଲା; ଧୁମଧାମରେ ଅନୁଷ୍ଠିତ ହେଲା ଭାଷାଣି ଉତ୍ସଵ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୁତି ପଡିଛି । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବଣିକ ସଂଘ ଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୁତି ପଡିଥିବା ବେଳେ ପୂର୍ଣ୍ଣହୂତି ହୋମରେ ପୂଜା କର୍ତ୍ତା ଦମ୍ପତିଙ୍କ ସହ ବଣିକ ସଂଘ ନର୍ଲାର ବଣିକ ସଂଘ ନର୍ଲାର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି, ପୂରବ ଅଗ୍ରୱାଲ (ମଣ୍ଟୁ), ନିକୁଞ୍ଜ ଦତ୍ତା, ପ୍ରୀତମ ସାହୁ, ଗଲୁ ଖେତନ, ଆକାଶ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ , ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା, ସମୀର ଚାନ୍ଦ, ସଞ୍ଜୟ ପଣ୍ଡା, ରଞ୍ଜନ ଚାନ୍ଦ୍ ପ୍ରମୁଖଙ୍କ ସମେତ ୨୫ ରୁ ଉର୍ଦ୍ଧ୍ବ ସଦସ୍ୟ ହୋମରେ ଆହୁତି ପ୍ରଦାନ କରିଥିଲେ। ପୂର୍ଣ୍ଣହୂତି ପରେ ଅପରାହ୍ନ ୫ ଘଣ୍ଟା ସମୟରେ ବିସର୍ଜନ ମଧ୍ୟ ହୋଇଯାଇଛି । ଡିଜେ, ଘୁମୁରା ଓ ବେଣ୍ଡ ବଜାର ତାଳେ ତାଳେ ବଣିକ ସଂଘର ସଦସ୍ୟ ବୃନ୍ଦ ଏବଂ ଶ୍ରଦ୍ଧାଳୁ ଭକ୍ତ ମାନେ ଏକ ସୁସଜ୍ଜିତ ଗାଡ଼ିରେ ମା ଗଜଲକ୍ଷ୍ମୀ ଙ୍କୁ ବସାଇ ନର୍ଲା ଓ ଚାରିଛକ ପରିକ୍ରମା କରିଥିଲେ । ବାଣ ଓ ଆତସବାଜିରେ ନର୍ଲା ପ୍ରକମ୍ପିତ ହୋଇ ଉଠିଥିଲା । ସଦସ୍ୟ ମାନେ ପରଷ୍ପର କୁ ଅବିର ବୋଲି ଶୁଭେଚ୍ଛା ଜ୍ଞାପନ କରିଥିଲେ। ନଗର ପରିକ୍ରମା ପରେ ଦେହେଲି ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ନର୍ଲା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା। । ଶନିବାର ପୂର୍ଣ୍ଣିମା ଦିନ ଠାରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ଲକ୍ଷ୍ମୀପୂଜା ନିମନ୍ତେ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶନିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀପୂଜା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସର୍ଵ ସାଧାରଣ ଭକ୍ତଙ୍କ ପାଇଁ ଦିନ ୧୨ ଘଣ୍ଟା ସମୟରେ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରତ୍ୟହ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଅନ୍ନପ୍ରସାଦ ସେବନ କରୁଥିଲେ। ନର୍ଲା ବଣିକ ସଂଘର ସମସ୍ତ ସଦସ୍ୟ ତିନିଦିନ ଧରି ପୂଜା ପରିଚାଳନାରେ ସହଯୋଗ କରିଥିଲେ। ବଣିକ ସଂଘ ନର୍ଲା ତରଫରୁ ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଆସୁଛି ।ନର୍ଲା ଅଞ୍ଚଳ ବାସୀଙ୍କ କଲ୍ୟାଣ ମନାସୀ ଆମେ ମା ଗଜଲକ୍ଷ୍ମୀ ପୂଜା କରିଥାଉ । ଏଥିରେ ବଣିକ ସଂଘର ସଦସ୍ୟ ମାନଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ ରହୁଛି । ଶୃଙ୍ଖଳିତ ଭାବରେ ଓ ନୀତି କ୍ରାନ୍ତୀର ସହ ପୂଜା ଅନୁଷ୍ଠିତ ହୋଇଥିବାରୁ ମୁଁ ବଣିକ ସଂଘର ବରିଷ୍ଠ ସଦସ୍ୟ ଭାବରେ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଛନ୍ତି ନର୍ଲା ବଣିକ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.