ବାଘ ଆକ୍ରମଣରେ ମୃତକ ଡମ୍ବରୁ ମାଝୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କଲା ବନ ବିଭାଗ

ଆଦିବାସୀ କଲ୍ୟାଣ ସଙ୍ଘ ଓ ଓକିଲ ସଙ୍ଘର ଉପସ୍ଥିତରେ ସହଯୋଗ ରାଶି ପ୍ରଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବହୁ ଚର୍ଚ୍ଚିତ ବାଘ ଆତଙ୍କ ଘଟଣା ଯାହାର ଭାୟାବାହ ସ୍ୱରୂପ ସୋମବାର ସନ୍ଧ୍ୟାରେ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କଟିଙ୍ଗପାଣି ଗାଁର ଗୌଧସ ପଡାର ହୁମନ ମାଝୀଙ୍କ ୭ ବର୍ଷର ପୁଅ ଡମ୍ବରୁ ମାଝୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ସେହି ଶୋକ ସନ୍ତପ ପରିବାରକୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ତରଫରୁ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ୮ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା | ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ତ ଦାବୀ ଗୁଡିକୁ ଗ୍ରହଣ କରି ଶୀଘ୍ର ପୂରଣ କରିବାର ପ୍ରତିଶୃତି ଦେଇଛି | ଉକ୍ତ ଦାବୀ ଗୁଡିକ ହେଲା ହୁମନ ମାଝୀକୁ ବନ ବିଭାଗ ରେ ଚାକିରୀ ପ୍ରଦାନ, ବର୍ତ୍ତମାନ 6 ଲକ୍ଷ ଟଙ୍କା ପ୍ରଦାନ, ୧୦ ଲକ୍ଷ ଟଙ୍କା ଜନ ସାଧାରଣ ଙ୍କ ଡିମାଣ୍ଡ କ୍ରମେ ସରକାର ଙ୍କୁ ଲିଖିତ ଅନୁରୋଧ ପ୍ରଦାନ, ବନ ଅଂଚଳ ଗାଁରେ ତାର ବାଡ଼ ଘେରିବା, ସେନସିଟିଭ ଅଂଚଳରେ ହାଇ ମାସ୍କ ଲାଇଟର ସୁବିଧା ପ୍ରଦାନ, ଉକ୍ତ ଅଂଚଳରେ ପେଟ୍ରୋଲିଙ୍ଗ କରିବା, ଉକ୍ତ ଅଂଚଳରେ ମାଇକରେ ଲୋକଙ୍କୁ ସଚେତନ କରାଇବା ଏବଂ ଉକ୍ତ ଅଂଚଳରେ ସି ସି ଟିଭି କେମେରାର ବ୍ୟବସ୍ଥା ପ୍ରଦାନ ଏହି ଭଳି ୮ ଦଫା ଦାବୀ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ନିକଟରେ ଉପସ୍ଥାପନ କରିଥିଲେ | ଏହି ସମସ୍ତ ଦାବୀକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରି ତୁରନ୍ତ ରେଡ କ୍ରସରୁ ୨୦ ହଜାର ଟଙ୍କା ଏବଂ ବନ ବିଭାଗ ନଗତ ୮୦ ହଜାର ଟଙ୍କା ପ୍ରଦାନ କରିଥିଲା | ଉକ୍ତ ସ୍ଥଳରେ ନୂଆପଡା ଉପ ଜିଲ୍ଲାପାଳ ଭୀମ ସେନ ଶବର, ଏ. ସି. ଏଫ ଏମ. ଡି ମୁସ୍ତଫା ସାଲିଆ ନୂଆପଡା ରେଞ୍ଜର ଆଲୋକ କୁମାର ମାଝୀ, ନୂଆପଡା ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାତ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ଭାନୁ ପ୍ରାତପ ସିଂ ମାଝୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, କମଲେଶ ସିଂ ଠାକୁର, ଭକ୍ତ ବନ୍ଧୁ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.