ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଇଣ୍ଡିଆନ ମେଡିକାଲ ଆସୋସିଏସନ ଜୁନିଅର ଡାକ୍ତର ନେଟୱର୍କ ଓଡିଶା ଓ ଗ୍ଲୋବାଲ ଇଂଫ୍ଲୁଏନ୍ସର କର୍ଣ୍ଣିଭାଲ ୨୦୨୩ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବ ରେ ନୂଆପଡା ର ଶାଳିନୀ ସାହୁଙ୍କୁ ମଟେରନାଲ ଓ ଶିଶୁ ସ୍ୱାସ୍ଥ୍ୟ ଆକ୍ଟିଭିଷ୍ଟ ଭାବେ ପୁରସ୍କୃତ କରାଯାଇଥିଲା | ଏହି ଖବର ମିଳିବା ପରେ ସମ୍ପୂର୍ଣ ସାହୁ ପରିବାର ଏବଂ ସହରବାସୀ ଖୁସି ପ୍ରକାଶ କରିଛନ୍ତି | ତେବେ ମୋ ଭଳି ଆମ ଅଂଚଳ ର ସମସ୍ତ ଯୁବତୀ ସେଚେତନ ହୁଅନ୍ତୁ ଏବଂ ସମାଜ ପାଇଁ ଉଦାହରଣ ହୁଅନ୍ତୁ ବୋଲି ଶାଳିନୀ ସାହୁ ନିଜର ପ୍ରତିକ୍ରିୟା ରେ କହିଛନ୍ତି | ଶାଳିନୀ ସାହୁ ନୂଆପଡା ସହର ର ସମାଜସେବୀ, ଏହା ସହିତ ଶ୍ରୀମତୀ ସାହୁ ଆଶା ଓଡିଶା ଓ ସେଭ ଦ ଚିଲଡ୍ରେନ ଭଳି ଏନ. ଜି. ଓ ସହିତ ମିଶି ଜିଲ୍ଲା ର ଅନେକ ଯୁବତୀ ଙ୍କୁ ସଚେତନ କରାଇଛନ୍ତି | ବିଭିନ୍ନ ସ୍ଥାନ ରେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି | ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ ଙ୍କ ସହିତ ୫୦ ରୁ ଉର୍ଦ୍ଧ ବାଲ୍ୟ ବିବାହ ରୋକିବାରେ ସକ୍ଷମ ହୋଇଛନ୍ତି | ୨୦୧୯ ମସିହା ରେ ଅନ୍ତର୍ଜାତୀୟ ମହିଳା ଦିବସ ରେ କାନାଡ଼ା ଠାରେ ଭାରତ କୁ ବିଶ୍ୱ ଦରବାର ରେ ସମ୍ବୋଧିତ କରିଥିଲେ |