ପୋଲିସ କଷ୍ଟଡିରେ ନର୍ଲା ଯୁବ କଂଗ୍ରେସ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ନଭେମ୍ବର ୧ କଳାହାଣ୍ଡି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ ଚଳାଚଳ ସହିତ ସେ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଉଦଘାଟନ କରିବେ । ଶୃଙ୍ଖଳିତ କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ପୋଲିସ ତରଫରୁ ବିରୋଧିମାନଙ୍କୁ ପୋଲିସ କଷ୍ଟଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଅଟକ ରଖିବାର ପଦକ୍ଷେପ ନେଇଥିବା ବେଳେ ଗତ ଗୁରୁଦିବସ ଉତ୍ସଵ ସମୟରେ ନର୍ଲା ଶିକ୍ଷକ ସଂଘର ଅତିଥି ହୋଇଥିବା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କୁ ଅଣ୍ଡା ମାଡ଼ କରି ଚର୍ଚ୍ଚାର ପରିଧିକୁ ଆସିଥିବା ନର୍ଲାର ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କୁ ଆଜି ସକାଳୁ ପୋଲିସ ଉଠାଇ ନେଇ ନର୍ଲା ଥାନାରେ ରଖିଛି । ଓଡ଼ିଶାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା, ଆଜି ଅସୁରକ୍ଷିତ ନାରୀ ସମାଜ, ଶାସନ କଳ ସମ୍ପୂର୍ଣ୍ଣ ହୁଗୁଳା ଏଣୁ ରାଜ୍ୟରେ ସୁଶାସନ ଓ ଶାନ୍ତି ସ୍ଥାପନ ପାଇଁ ଏହି ଅପାରଗ ବିଜେଡି ସକରଙ୍କୁ ଆମେ ଶାସନ ଗାଦିରୁ ହଟାଇବା ପର୍ଯ୍ୟନ୍ତ ବିରୋଧ କରିବୁ ବୋଲି ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ତାଙ୍କ ମତମତରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.