ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଉଦଯାପିତ

୨୧ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଆରଏସଡି ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଇଁତଲା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ ହୋଇଯାଇଛି l ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, କିରାଣୀ ଅଶୋକ ସାମନ୍ତରାୟ, ଚଳଚିତ୍ର ନିର୍ଦେଶକ ହିମାଂଶୁ ଖମାରୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ ୨୧ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି l ସଭାକୁ ଶିକ୍ଷକ ନିରଞ୍ଜନ ମାଝୀ ପରିଚାଳନା କରିଥିବା ବେଳେ ସିଆସିସି ହରି ନାଗ ଧନ୍ୟବାଦ ପ୍ରଦାନ କରିଥିଲେ l ଏହାର ଉଦଘାଟନୀ ଉତ୍ସବରେ ସଇଁତଲା ବିଡ଼ିଓ ବିନୟ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ସଇଁତଲା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିମୟୀ ମହାପାତ୍ର, ଆରଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁଶ୍ରୀ ଶତପଥି ଓ ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ପ୍ରମୁଖ ଯୋଗଦାନ କରି ଶିଶୁ ମହୋତ୍ସବ ଉପରେ ଆଲୋକପାତ କରିଥିଲେ l ଉକ୍ତ ସଭାକୁ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କ ଅଧ୍ୟକ୍ଷତା କରିଥିଲେ l ଏଥିରେ ଶିକ୍ଷକ ତରୁଣ ସୁନା, ସୁଶାନ୍ତ ସେଠ ଓ ମନ୍ଦର ଦୀପ ପ୍ରମୁଖ ମଞ୍ଚକୁ ପରିଚାଳନା କରିଥିଲେ l ଏହି ମହୋତ୍ସବରେ ୧୭ ଗୋଟି କ୍ଲଷ୍ଟର ସିନିଅର ଓ ଜୁନିଅର ଛାତ୍ର ଛାତ୍ରୀ ୩୨୦ ରୁ ଉର୍ଦ୍ଧ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ସିଆରସିସି ଲକ୍ଷରାଜ ମେହେର, ମନୋଜ ସାହୁ, ଶେଷଦେବ ପ୍ରଧାନ, ଉପେନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପୃଷେଠ, ପ୍ରମିଳା ବାହାରୀ, ଆଦିତ୍ୟ ରଣା ଙ୍କ ସମେତ ସିଆସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.