ସଇଁତଲା ବ୍ଲକଛକର ଗଜଲକ୍ଷ୍ମୀ ପୂଜା ଉଦଯାପିତ, କୀର୍ତ୍ତନ ଧାରାରେ ତଲ୍ଲିନ ଦର୍ଶକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକଛକ ଠାରେ ଗତ ୫ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି l ଏହି ଅବସରରେ ବରଗଡ କୀର୍ତ୍ତନ ଧାରା କାର୍ଯ୍ୟକ୍ରମରେ ଲୋକଙ୍କ ମନ ମୋହିତ ହୋଇଥିଲା l ଉକ୍ତ ପୂଜାରେ ପଣ୍ଡିତ କିରଣ ମିଶ୍ର, ସୁରେନ୍ଦ୍ର ମିଶ୍ର, ମାନସ ମିଶ୍ର ଓ ନବଘନ ଷଡ଼ଙ୍ଗୀ ପୂଜା ଦାୟିତ୍ୱ ତୁଳାଇଥିଲେ l ଏଥିରେ ପୂଜା ପାଇଁ କର୍ତ୍ତା ଭାବେ ତପନ ଦାସଙ୍କ ଧର୍ମପତ୍ନୀ ଜୋତ୍ସ୍ନାମୟୀ ତ୍ରିପାଠୀ ଓ ପ୍ରହରୀ ପାଇଁ ରାଜକିଶୋର ସାହୁଙ୍କ ଧର୍ମପତ୍ନୀ ସଂଗୀତା ସାହୁ ପୂଜା ଦାୟିତ୍ୱ ତୁଲାଇଥିଲେ l ଏହି ଗଜଲକ୍ଷ୍ମୀ ପୂଜା ଅବସରରେ ୧୨ ପ୍ରହର ନାମଯଜ୍ଞ ସାଙ୍ଗକୁ କୀର୍ତ୍ତନ ଧାରା ବେଶ ଆକର୍ଷଣୀୟ ଓ ଉଚ୍ଚକୋଟିର ହୋଇଥିଲା l ଏଥିରେ ଅନୁଷ୍ଠାନର ସଭାପତି ପରମେଶ୍ୱର କର୍ମୀ, ସମ୍ପାଦକ ମନୋଜ କର୍ମୀ, ଉପସଭାପତି ଅବନୀ ସାହୁ, ସହ ସମ୍ପାଦକ ସରୋଜ କର୍ମୀ ଓ କୋଷାଧ୍ୟକ ପ୍ରଦୀପ ଡାଙ୍ଗଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.