ହରଗୌରୀ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଦର୍ଶକଙ୍କ ମନମୋହିଲା ଭଜନ ସଂଗୀତ ଓଁ ସାଇ ନାଦ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଢ଼େରାପଡାର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ପ୍ରତିଦିନ ହରଗୌରୀଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡାରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦଙ୍କ ଦ୍ଵାରା ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ଓ ବିରାମହରାଜପୁରର ଭକ୍ତି ଆରାଧନା କଳାକାରଙ୍କ ଭଜନ, କଳାକାରଙ୍କ ବିଭିନ୍ନ ଲାଇଫ ଷ୍ଟେଚ୍ୟୁ ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ରୁଦ୍ରାଭିଷେକର କର୍ତ୍ତା ଭାବରେ କେ.ଶଙ୍କର ପାତ୍ର ସପତ୍ନୀକ ଓ ରମା ନାଏକ ଦାଇତ୍ୱ ସଂପାଦନ କରିଥିଲେ। ଦେବଦମ୍ପତିଙ୍କୁ ଏକ ମଞ୍ଚ ଉପରେ ବସାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ସମସ୍ତଙ୍କ ଘରେ ପ୍ରସ୍ତୁତ କୁଡୁମୁଲ୍ଲୁ ନାମକ ଏକ ସ୍ଵାଦିଷ୍ଟ ମଣ୍ଡା ହରଗୈ।ରୀଙ୍କ ଠାରେ ଲାଗି ହୋଇଥିଲା। ପରମ୍ପରା ଅନୁଯାୟୀ ହରଗୈ।ରୀଙ୍କଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଏ। ଆଜି ଯାତ୍ରାର ଷଷ୍ଠ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଆରଟିଓ ଅକ୍ଷୟ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଯୋଗ ଦେଇ ଏଇ ସର୍ବ ପୁରାତନ ତେଲଗୁ ସମ୍ପ୍ରଦାୟର ରୀତି ନୀତି ପରମ୍ପରା ଓ ଯାତ୍ରାକୁ ବଜାୟ ରଖି ଥିବା ବିଷୟ ଆୟୋଜକକୁ ଖୁବ ପ୍ରଶଂସା କରିଥିଲେ। ଉଭୟ ଦିବସର ସଭାକୁ ଯାତ୍ରା କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଂଯୋଜନା କରି ଅତିଥି ସ୍ୱାଗତ କରିଥିବା ବେଳେ କମିଟିର ସମ୍ପାଦକ ଜନ୍ମେଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ, ମନୋରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନନ୍ଦ ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ଶ୍ରୀରାମ ପାତ୍ର, ଚେରୁ ପାତ୍ର, ସୁଦର୍ଶନ ପାତ୍ର, ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ମନୋଜ ପାତ୍ର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଭକ୍ତି ଆରାଧନା ଟ୍ରୁପରେ ଅବିନାଶ ହୋତାଙ୍କ ଏଙ୍କରିଂ ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାକାର ପୀତବାସ ଭୋଇଙ୍କ ସଂଗୀତ ‘ବ୍ରହ୍ମରୁ ଶୁଭୁଛି ଶୁଣ ଓଁ ସାଇ ନାଦ’ ସଂଗୀତ ଓ କଳାକାର ସୌଭାଗ୍ୟ ଲଷ୍ମୀ ଦାଶ ଓ ତପସ୍ୱିନୀ ଦାଶଙ୍କ ‘ମୁଇଁ ନାଇଁ ଯାଏଁ ଯମୁନା’ ସମ୍ବଲପୁରୀ ଭଜନ ସଂଗୀତ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.