ମର୍ଣ୍ଣିଂ ୱାକ୍ ସମୟରେ ମହିଳାଙ୍କୁ ଆକ୍ରମଣ; ଜଣେ ମୃତ, ୫ ଆହତ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଯୁବକଙ୍କ ଟେକା ପଥର ମାଡରେ ଜଣେ ମୃତ ୫ ଗୁରୁତର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋହୀରେ । ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଲୋକଙ୍କ ଉପରକୁ ଜଣେ ଯୁବକ ଇଟା ପଥର ଫୋପାଡି ଏକ ବାଡି ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ୪ ମହିଳା ପ୍ରାତଃ ଭ୍ରମଣ ପାଇଁ ବାହାରିଥିଲେ। ଏହାପରେ ବିହାରର ସୀତାମାଢୀ ନିବାସୀ ୨୫ ବର୍ଷୀୟ ରାଜ କୁମାର ନାମକ ଜଣେ ଯୁବକ ହଠାତ୍ ସେମାନଙ୍କ ଉପରକୁ ଇଟା, ପଥର ଓ ବାଡ଼ିରେ ଆକ୍ରମଣ କରିଥିଲା। ସେ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କୁ ଗୋଡ଼ାଇ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୬୨ ବର୍ଷିୟ କଲାବତୀ ଦେବୀଙ୍କ ମୁଣ୍ଡରେ ଏକ ଇଟା ମାଡ ହେବା ହେତୁ ତଳେ ପଡିଯାଇଥିଲେ। ପରେ ଉକ୍ତ ବିଶୃଙ୍ଖଳିତ ଯୁବକ ଜଣକ ବାଡିରେ ତାଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାରେ କଲାବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ସମୟ ମଧ୍ୟରେ ତାଙ୍କ ସହିତ ଥିବା ଅନ୍ୟ ତିନି ଜଣ ମହିଳା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେ କୌଣସି ପ୍ରକାରେ ଲୁଚି ନିଜ ଜୀବନ ରକ୍ଷା କରିଛନ୍ତି। ଯୁବକଙ୍କ ଆକ୍ରମଣରେ ପାଖରେ ଯାଉଥିବା ଅନ୍ୟ ଲୋକମାନେ ମଧ୍ୟ ଆହାତ ହୋଇଛନ୍ତି। ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଗୋଡ଼ାଇ ଥିଲେ। ଉକ୍ତ ଯୁବକ ଦୌଡି ଯାଇ ନିକଟରେ ଥିବା ପୋଲିସ ଷ୍ଟେସନରେ ପଶିଯାଇଥିଲେ। ସେଠାରେ ମଧ୍ୟ ସେ ଗାଡି ଗୁଡିକୁ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ପୋଲିସ ଅଭିଯୁକ୍ତ ରାଜ କୁମାରକୁ ବହୁତ କଷ୍ଟରେ ନିୟନ୍ତ୍ରଣ କରିଥିଲା। ଯୁବକଙ୍କ ନାଁରେ ଲାଗିଥିବା ଅଭିଯୋଗକୁ ଭିତ୍ତି କରି ତା ବିରୋଧରେ ମାମଲା ରୁଜୁ ହୋଇଛି।ଅନ୍ୟପଟେ ଏନେଇ ଉତ୍ତରପ୍ରଦେଶର ଔରାଇ ଅଞ୍ଚଳର ପୋଲିସ ଅଧିକାରୀ ଉମେଶ୍ୱର ପ୍ରଭାତ ସିଂଙ୍କ କହିଛନ୍ତି, ପୋଲିସ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.