ଶିକ୍ଷକ ରମେଶ ଚନ୍ଦ୍ର ସେନାପତିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ସ୍ଥିତ ଜଗଦୀଶ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ରମେଶ ଚନ୍ଦ୍ର ସେନାପତିଙ୍କୁ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖିରସାଗର ସାହୁଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଚୌଧୁରୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କୁଶ ଚନ୍ଦ୍ର ସାହୁ ଯୋଗିପଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅରୁଣ କୁମାର ପ୍ରଧାନ କଣ୍ଡରେଇ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସଂଜୟ ଦାସ ସିଆରସିସି, ସେନାପତି ବଗର୍ତ୍ତି ରେଗେଡ଼ା ୟୁପିଏସ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ । ଏ ଅବସରରେ ବିଦାୟୀ ଶିକ୍ଷକଙ୍କ ଅମାୟିକ ବ୍ଯକ୍ତିତ୍ଵ, କର୍ମବ୍ୟନିଷ୍ଠା ଓ ଛାତ୍ରବତ୍ସଳତାକୁ ସମସ୍ତେ ମନେ ପକାଇ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିବା ସହ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିଲେ । ପ୍ରାରମ୍ଭରେ ଖିର ସାଗର ସାହୁ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଭାରେ ଶିକ୍ଷକ ଯୁଗଳ କିଶୋର ନାଗ ବେଦପାଠ ଓ ମାନପତ୍ର ପାଠ କରିଥିଲେ । ଶେଷରେ ଶିକ୍ଷକ ଇଶ୍ଵର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ରେଗେଡ଼ା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସଭ୍ୟସଭ୍ୟା ସଭାରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.