ନର୍ଲାରେ “ଆମ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ ନର୍ଲା ବିକାଶ ଯୋଗୁଁ କୃତଜ୍ଞତା ଜଣାଇଥିଲେ ନର୍ଲା ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ”ର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁରରେ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡ଼। ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍‌‌ର ୩୧୦ଟି ଗ୍ରାମ ପଞ୍ଚାୟତରେ ୪ ହଜାର ୬୭୮ଟି ପ୍ରକଳ୍ପ ହେବ। ସେହି କ୍ରମରେ ନର୍ଲା ବ୍ଲକର ୨୬ଗୋଟି ପଞ୍ଚାୟତ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଯୋଜନାରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ, ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ।

ଠିକ ୧୧ ଘଣ୍ଟା ସମୟରେ ଭରଚୁଆଲ ମୋଡ ରେ ବଡ଼ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନର୍ଲା ହାଇସ୍କୁଲ ପଡ଼ିଆରେ ୭ ହଜାରରୁ ଉର୍ଦ୍ଧ୍ବ ମିଶନ ଶକ୍ତି ସଦସ୍ୟା ଓ ମହିଳା ମାନେ ସମବେତ ହୋଇଥିଲେ । ଜୟ ଜଗନ୍ନାଥ ଓ ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ମଞ୍ଚ । କଳାହାଣ୍ଡି ଜିଲ୍ଲା ପ୍ରତି ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟରେ ବିଧାୟକ ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ନର୍ଲା କାର୍ଯ୍ୟକ୍ରମ ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ନର୍ଲା ଅଂଚଳର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନ ଓ ବିକାଶ କାମ ଯୋଗୁ ନର୍ଲା ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ନର୍ଲାରେ ଆୟୋଜିତ “ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ”ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଲିଲି ଦୀପ ଓ ନମ୍ରତା ସାହୁ, ନର୍ଲା ବିଡ଼ିଓ ଏନ ଜଗଜ୍ଜୀବନ ଚୌଧୁରୀ, ତହସିଲଦାର ବିଶ୍ବରଞ୍ଜନ କହଁର, ଏବିଡିଓ ଦେବେନ୍ଦ୍ର ସାମଲ, ଏଇ ବାଞ୍ଛାବଟ ପାଣ୍ଡେ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ବିଇଓ ତପିମଣି ଜାନି, ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା ମିଶନ ଶକ୍ତି ସଂଯୋଜକ ରୋହିତ ବିଶ୍ୱାଳ, ନର୍ଲା ମିଶନ ଶକ୍ତି ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ନର୍ଲା ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଓ କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ, ପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ଭୋଳାନାଥ ଦାସ, ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ସମିତି ସଦସ୍ୟ କୁନି କୁନି ମହାନନ୍ଦ, ଘଣ୍ଟାମାଲ ସମିତି ସଦସ୍ୟା ଅବନ୍ତୀକା ଦଳେଇ,ବିଜେଡି ବ୍ଲକ ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ, ବ୍ଲକ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ଯୁବନେତା ହମେଶ ଜୈନ, ଅର୍ଜୁନ ପଧାନ, ପୂର୍ଣ୍ଣଚନ୍ଦ୍ର ପୂଝରୀ, କିଶୋର ମାଝୀ, କିଶୋର ନାଏକ, ତସିଲ ସାହୁ, ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ସିଆରପି, ଏମବିକେ, ମିଶନ ଶକ୍ତି ମହିଳା ଓ ଅଞ୍ଚଳର ଅନେକ ଜନସାଧାରଣ ଉପସ୍ଥିତ ରହିଥିବାବେଳେ ନର୍ଲା ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.