ନର୍ଲା ବ୍ଲକ କୃଷକ ସଂଗଠନର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ କୃଷକ ସଂଗଠନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ତିଲେଇମାଲ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଚାଷୀ ତଥା ପୂର୍ବତନ ସରପଞ୍ଚ ନୃପରାଜ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୁମୁଦ ନାଏକ ସଭାର ଆଭିମୁଖ୍ୟ ସହ ସଂଗଠନର ପୂର୍ବ ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକରେ ଚାଷୀ ରେବା ପଧାନ, ଅନନ୍ତ ପଧାନ, ଗଣେଶ ବଗର୍ତ୍ତି, ହର ପ୍ରସାଦ ସା, ପଦ୍ମଚରଣ ନାଏକ, ସୁବାସ ଖମାରୀ, ଚକ୍ରଧର ପଧାନ, ନରସିଂହ ଥପା, ଡିଙ୍ଗର ବୁଧିଆ, କ୍ଷମାନିଧି ନାଗ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସଂଗଠନକୁ ସକ୍ରୀୟ କରିବା, ତୃଣମୂଳ ପର୍ଯ୍ୟନ୍ତ ନେବା ଏବଂ ଯୁବକମାନଙ୍କୁ କିପରି ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ଉତ୍ସାହିତ କରିହେବ ସେନେଇ ଆଲୋକପାତ କରିଥିଲେ। ଆଗାମୀ ନଭେମ୍ବର ୧୪ରେ ଦହଲ ଆମ୍ବ ବଗିଚା ଠାରେ ଏକ ଚାଷୀ ସମାବେଶ କରିବା ପାଇଁ ବୈଠକରେ ସ୍ଥିରିକୃତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ପ୍ରବକ୍ତା ତଥା କବି ସରୋଜ କୁମାର ଯୋଗଦେବା ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.