ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡଠାରେ ଏକ ଦିବସୀୟ ଯୁବ ରେଡକ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମାଜ ସେବା ହିଁ ମଣିଷ ଜୀବନର ଶ୍ରେଷ୍ଠ ପରିଚୟ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରେ ଏକ ଦିବସୀୟ ଯୁବ ରେଡକ୍ରସ୍ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ . ଜଗନ୍ନାଥ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସ ମାଧ୍ୟମରେ ସମାଜର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର ରେଡକ୍ରସର ମୂଳ ଲକ୍ଷ୍ୟ- ସ୍ବାସ୍ଥ୍ୟ, ସେବା ଓ ବନ୍ଧୁତାର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଗଣପତି ବାଗ ଯୋଗଦେଇ ମାନବ ସେବା ହିଁ ପ୍ରତ୍ୟେକଙ୍କ ଜୀବନର ବ୍ରତ ହେବା ଉଚିତ ବୋଲି ମତ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ଯୋଗଦେଇ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ରେଡକ୍ରସର ଇତିହାସ ଓ ବିକାଶ, ଚିହ୍ନ, ମୌଳିକ ନୀତି, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ଵ ଓ ସମାଜ ଗଠନରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପରାମର୍ଶଦାତା ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଓ ଅନ୍ୟତମ ପରାମର୍ଶଦାତା ଅଧ୍ୟାପକ ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତ ସ୍କାଉଟ ଗାଇଡ ରୋଭର୍ ଲିଡର ତଥା କ୍ରୀଡ଼ା ଶିକ୍ଷକ ଅଭୟ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୧୦୦ ଜଣ +୨ ଓ+୩ ଯୁବ ରେଡକ୍ରସ ସ୍ବେଛାସେବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.