ଧନତେରସ ଦିନରେ ଲୋକେ ଧନର ଦେବୀ ମାତା ଲକ୍ଷ୍ମୀ ଓ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ କେତେ ପ୍ରକାର ଉପାୟ କରନ୍ତି ।
ଯଦି ଏହି ଦିନରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି ତାହେଲେ ବ୍ୟକ୍ତିର ଜୀବନରେ କୌଣସି ଜିନିଷର ଚିନ୍ତା ରୁହେନାହି । ଧନତେରସକୁ ନେଇ ‘ଓଡ଼ିଆ ବାର୍ତ୍ତା’ରେ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟଙ୍କ କିଛି ଟିପସ-
• ଧନତେରସର ସନ୍ଧ୍ୟାରେ ଏକ ଦୀପ ଜଳାନ୍ତୁ ଓ ତା ପାଖରେ ଏକ କଉଡ଼ି ରଖନ୍ତୁ । ତାପରେ ସେହି କଉଡ଼ିକୁ ଆଣି ଆପଣଙ୍କର ଯେଉଁଠି ଧନ ରଖିବାର ସ୍ଥାନ ରେ ଏକ ଲାଲ୍ ରଙ୍ଗର କପଡ଼ାରେ ଗୁଡ଼ାଇ କରି ରଖିଦିଅନ୍ତୁ । ଏହି ଉପାୟରେ ଘରେ କେବେ ଅର୍ଥର ଅଭାବ ରହିବ ନାହିଁ ।
• ଧନତେରସ ଦିନ ଯେକୋୖଣସି କିନ୍ନରଙ୍କର ହାତରୁ ପଇସା ଆଣି ଆପଣଙ୍କର ପର୍ସରେ ରଖନ୍ତୁ । ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିବ ।
• ଧନତେରସରେ ରୂପାର ମୁଦ୍ରା ଏବଂ ଖଣ୍ଡହଳଦୀ ପୂଜା କଲେ ଜୀବନରେ ଉନ୍ନତି ମିଳିଥାଏ ।
• ଧନତେରସ୍ ଓ ଦୀପାବଳି ଦିନ ଶ୍ରୀ ଯନ୍ତ୍ର କୁ ଆଣି ପୂଜା କଲେ ଜୀବନରେ କେବେ ପଇସାର ଅଭାବ ରହିବ ନାହିଁ ।
• ଘରେ ଧନର ଅଭାବରୁ ମୁକ୍ତି ପାଇବା ପାଇଁ ଧନତେରସରୁ ଦୀପାବଳି ଯାଏ ମାତା ଲକ୍ଷ୍ମୀଙ୍କୁ ଯୋଡା ଲବଙ୍ଗ ଛାଡନ୍ତୁ ।