ଧାନ ଅମଳ ସମୟରେ ଚକଡା ପୋକ: ଚାଷୀ ହତାଶ, ସରକାରୀ ସହାୟତା ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ମୂଷାପାଲି ଗାଁରେ ଧାନ ଫସଲରେ ଚକଡା ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ମୂଷାପାଲିର ପ୍ରାୟ ୫୦ ହେକ୍ଟର ଚାଷ ଜମିରେ ଚକଡା ରୋଗ ଲାଗି ଧାନ ଚାଷ ନଷ୍ଟ ହୋଇଛି।ବର୍ତ୍ତମାନ ଧାନ ଅମଳ ହେବାକୁ ଥିବା ଧାନ ଫସଲରେ ମଧ୍ୟ ରୋଗପୋକ ଲାଗିଥିବାରୁ ଚାଷୀ ହତାସ ହୋଇପଡ଼ିଛନ୍ତି । ଔଷଧ ସିଞ୍ଚନ କଲେ ମଧ୍ୟ ଏହି ରୋଗ ଆୟତ୍ତ ହେଉନଥିବା ଚାଷୀ କହିଛନ୍ତି। ମୂଷାପାଲି ଗାଁର ଚାଷୀ ଦିଗାମ୍ବର ନାଗ, ଦୁଷ୍ମନ୍ତ ନାଗ, ଦକ୍ଷ ନାଗ, ଘେନୁ ପଣ୍ଡା, ସିମାଞ୍ଚଳ ନାଗ, କିଶୋର ଦୁର୍ଗା, ବାଲକୃଷ୍ଣ ପଣ୍ଡା, ହିରନ ନାଗ, ନାରାୟଣ ଗୋପାଳ, ଗଜିନ୍ଦ୍ର ଗୋପାଳ, ତୋଫାନ ଗୋପାଳଙ୍କ ସମେତ ଅନେକ ଚାଷୀଙ୍କ ଧାନ ଫସଲରେ ଚକଡା ଲାଗି ନଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ତଥା କୃଷି ବିଭାଗ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। ଏନେଇ କୋକସରା ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ମତାମତ ନେବାରୁ ତଦନ୍ତ କରାଯିବ ଓ ଯାହା ସରକାରୀ ସହାୟତା ଅଛି ଯୋଗାଇ ଦିଆଯିବ ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.