ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଶୁକ୍ରବାର ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଭିଓ ଡ଼. ସୁଜିତ୍ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପିଏଚ୍ଇଓ ସର୍ମିଲି ଛତ୍ରିଆ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଏବିଇଓ ଦୟାନିଧି ପାଢ଼ୀ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ କର, ଏଏଫ୍ଓ ଲଲିତ ମହାନନ୍ଦ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, କୋକସରା ଥାନା ଏସ୍ଆଇ ହେମନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସମ୍ଵନ୍ଧରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ, ଜନ ପ୍ରତିନିଧି ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.